ଶ୍ରୀନଗର : ପିଡିପି ସୁପ୍ରିମୋ  ତଥା ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଗୁରୁବାର ଜମ୍ମୁ-କଶ୍ମୀରର ଅନନ୍ତନାଗ ଅଭିମୁଖେ ଯାଉଥିବା ବେଳେ ତାଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ମୁଫତି ଓ ତାଙ୍କ ସୁରକ୍ଷା ଅଧିକାରୀମାନେ ସୁରକ୍ଷିତ ଭାବେ ବର୍ତ୍ତି ଯାଇଥିଲେ ବୋଲି ପିଡିପି ମିଡିଆ ସେଲ୍ ଏହି ସୂଚନା ଦେଇଛି। ତେବେ କେତେକ ସୁରକ୍ଷା କର୍ମୀ ସାମାନ୍ୟ ଆହତ ହୋଇଛନ୍ତି ।  ଅନନ୍ତନାଗର ବୋଟ୍ କଲୋନୀରେ ହୋଇଥିବା ଅଗ୍ନିକାଣ୍ଡ କ୍ଷତିଗ୍ରସ୍ତ ଲୋକଙ୍କୁ ଭେଟିବାକୁ ଯାଉଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫତି। ସେ ଯିବା ବାଟରେ ଏହି ଦୁର୍ଘଟଣା ଘଟିଥିଲା।  କିନ୍ତୁ ମେହବୁବା ମୁଫତି ଯେଉଁ ଗାଡ଼ିରେ ଯାଉଥିଲେ ତାହା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ତାଙ୍କ କାର ଆଉ ଏକ କାର ସହ ଧକ୍କା ହୋଇଯାଇଥିଲା ।

Advertisment

ତଦନ୍ତ ଦାବି କଲେ ଓମାର ଅବଦୁଲ୍ଲା

ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଏହି  ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ମେହବୁବା ମୁଫତି ସାହିବା ଏକ ଅତ୍ୟନ୍ତ ଗମ୍ଭୀର ଘଟଣାରେ ଆହତ ହେବାରୁ ବର୍ତ୍ତିଯାଇଥିବା ଶୁଣି ଆଶ୍ବସ୍ତି ଲାଗୁଛି। ମୁଁ ଆଶା କରୁଛି ଯେ ସରକାର ଦୁର୍ଘଟଣାର ପରିସ୍ଥିତିର ତଦନ୍ତ କରିବେ। ଏହି ଦୁର୍ଘଟଣା ପଛରେ ଏହାର ସୁରକ୍ଷାରେ କୌଣସି ଅଭାବ ରହିଲେ ତୁରନ୍ତ ଏନେଇ  ଆବଶ୍ଯକ ପଦକ୍ଷେପ ନିଆଯିବା ଉଚିତ।