ନୂଆଦିଲ୍ଲୀ: ଅଗଷ୍ଟ ୫ରେ ଭାରତୀୟ ସମ୍ବିଧାନରୁ ଧାରା ୩୭୦ ହଟାଇବା ପାଇଁ ଭାରତ ସରକାରଙ୍କ ନିଷ୍ପତ୍ତିକୁ ୬ବର୍ଷ ପୂରଣ ହେବ। ଏହି ଅବସରରେ ପିଡିପି ଅଧ୍ୟକ୍ଷା ମେହବୁବା ମୁଫତି କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
କଥାକଥାରେ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରି ମେହବୁବା ମୁଫତି କହିଛନ୍ତି, ‘୨୦୧୯ ଅଗଷ୍ଟ୫ ତାରିଖରେ ଯେତେବେଳେ ଜମ୍ମୁ-କାଶ୍ମୀରର ସ୍ୱତନ୍ତ୍ର ମାନ୍ୟତା କାଢ଼ି ନିଆଯାଇଥିଲା, ସେତେବେଳେ ପରିସ୍ଥିତିରେ ଉନ୍ନତି ହେବ ବୋଲି ଦାବି କରାଯାଇଥିଲା, କିନ୍ତୁ ଘଟିଛି ଠିକ୍ ଏହାର ବିପରୀତ।
୨୦୧୯ରେ ଧାରା ୩୭୦ ହଟାଇବା ସମୟରେ କେନ୍ଦ୍ର ସରକାର କହିଥିଲେ ଯେ ଆତଙ୍କବାଦ ଶେଷ ହେବ ଏବଂ ବିକାଶ ଆସିବ। ଆଜିକୁ ୬ବର୍ଷ ବିତି ଯାଇଥିଲେ ସୁଦ୍ଧା ନା ପରିସ୍ଥିତିରେ ଉନ୍ନତି ଆସିଛି, ନା ଆଭ୍ୟନ୍ତରୀଣ ଶାନ୍ତି ଆସିଛି। ଗତ ୬ ବର୍ଷ ଧରି ଜମ୍ମୁ-କାଶ୍ମୀରରେ ପ୍ରତିଦିନ ଗିରଫଦାରୀ କରାଯାଉଛି ଏବଂ ଲୋକମାନେ ପ୍ରତିମୁହୂର୍ତ୍ତରେ ଭୟର ଛାୟାରେ ଜୀବନ କାଟୁଛନ୍ତି। ଲୋକମାନେ ନୀରବ ଅଛନ୍ତି ସତ କିନ୍ତୁ ପରିସ୍ଥିତି ଦିନକୁ ଦିନ ଆହୁରି ଖରାପ ହୋଇହୋଇ ଚାଲିଛି।ବିଜେପିର ଆକ୍ରମଣାତ୍ମକ ନୀତି ଦେଶକୁ ଆଭ୍ୟନ୍ତରୀଣ ଏବଂ ବାହ୍ୟ ଉଭୟ କ୍ଷେତ୍ରରେ ଫସାଇ ଦେଇଛି।’