ନିର୍ବାଚନୀ ପ୍ରଚାର ସମୟରେ କହୁ କହୁ ନିଜକୁ ‘ଚୌକିଦାର’ ବୋଲି କହିଦେଲେ ମେହେବୁବା, ଶୁଣିବା ପରେ ଏଭଳି ଟୁଇଟ୍‌ କଲେ ଓମାର ଅବଦୁଲ୍ଲା

ଶ୍ରୀନଗର : ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିଥିବା ବେଳେ ଏପ୍ରିଲ ୧୮ରେ ଦ୍ୱିତୀୟ ପର୍ଯ୍ୟୟ ନିର୍ବାଚନ ହେବାକୁ ଯାଉଛି । ମତଦାନ ହୋଇ ନ ଥିବା ସ୍ଥାନରେ ଏବେ ନେତାମାନେ ପ୍ରଚାର ଜାରି ରଖିଛନ୍ତି । ନିଜ ନିଜର ପ୍ରଶଂସା କରିବା ସହ ବିପକ୍ଷ ଦଳକୁ କଟାକ୍ଷ କରି ରାଜନେତାମାନେ ମତଦାତାଙ୍କଠାରୁ ଭୋଟ୍‌ ଆଣିବାର ପ୍ରୟାସ ଜାରି ରଖିଥିବା ବେଳେ ଜମ୍ମ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫତି ଯେଉଁ ଭୁଲ କରିଛନ୍ତିି ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି ।

ସୂଚନା ମୁତାବକ, ସୋମବାର ଦକ୍ଷିଣ କଶ୍ମୀରରେ ନିର୍ବାଚନୀ ପ୍ରଚାରରେ ଯୋଗ ଦେଇ ମେହେବୁବା ମୁଫତି ମୁଁ ତୁମମାନଙ୍କ ପାଇଁ ଚୌକିଦାରୀ କରିଥିଲି । ତୁମମାନଙ୍କୁ ଇଖ୍‌ଓ୍ଵାନମାନଙ୍କ କବଳରୁ ରକ୍ଷା କରିଥିଲି । ଆଜି କାହିଁକି ତୁମମାନଙ୍କ ସାହସ ମୋତେ କମ ଲାଗୁଛି ବୋଲି କହିଥିଲେ । ମୁଫତିଙ୍କ ପ୍ରଚାର ଭାଷଣରେ ଚୌକିଦାରୀ ଶବ୍ଦ ଶୁଣି ମଙ୍ଗଳବାର ନିଜର ପ୍ରତିକ୍ରିୟା ରଖିଥିଲେ ଜମ୍ମ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ।

Times of India – Indiatimes.com

ଟୁଇଟ୍‌ କରି, “ବର୍ତ୍ତମାନର ପରିସ୍ଥିତି ଦେଖି ମୁଫ୍‌ତିଙ୍କ ଶବ୍ଦ ଚୟନ ଠିକ୍‌ ନଥିଲା” ବୋଲି ଲେଖିଥିଲେ ଓମାର ଅବଦୁଲ୍ଲା । ତାଙ୍କର ଏଭଳି ଟୁଇଟ୍‌ରୁ ମୁଫତି ଅଜାଣତରେ ହେଉ ପଛେ ବିଜେପିର ଭାଷା କହିଥିବା ଜଣା ପଡ଼ିଥିଲା । ଏବେ ବିଜେପିରେ ‘ମେଁ ଭି ଚୌକିଦାର’ ଅଭିଯାନ ଚାଲିଥିବା ବେଳେ ମୁଫ୍‌ତିଙ୍କ ଚୌକିଦାର ଶବ୍ଦ ବ୍ୟବହର କରିବା ଓମାରଙ୍କୁ ପସନ୍ଦ ଆସି ନଥିବା ତାଙ୍କ ଟୁଇଟ୍‌ରୁ ଜଣାପଡ଼ିଛି ।

ସମ୍ବନ୍ଧିତ ଖବର