କୋବିନ୍ଦ ନିଜ କାର୍ଯ୍ୟକାଳ ସମୟରେ ବିଜେପିର ଏଜେଣ୍ଡା ପୂରଣ ପାଇଁ ଭାରତୀୟ ସମ୍ବିଧାନକୁ କ୍ଷୁର୍ଣ୍ଣ କରିଛନ୍ତି: ମେହବୁବା

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟାର୍ଗେଟ କରିଛନ୍ତି। ମେହବୁବା ମୁଫତି ଏକ ଟ୍ୱିଟରେ ଲେଖିଛନ୍ତି ଯେ ବିଦାୟୀ ରାଷ୍ଟ୍ରପତି ଏକ ଛାପ ଛାଡିଛନ୍ତି, ଯେଉଁଠି ତାଙ୍କ କାର୍ଯ୍ୟକାଳ ସମୟରେ ଭାରତୀୟ ସମ୍ବିଧାନ ଅନେକ ଥର କ୍ଷୁର୍ଣ୍ଣ ହୋଇଛି। ସୋମବାର ଦିନ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିବା ପରେ ମେହବୁବା ମୁଫତି କୋବିନ୍ଦଙ୍କୁ ଟାର୍ଗେଟ କରିଥିବା ଦେଖାଯାଇଛି।

ମେହବୁବା ମୁଫତି ତାଙ୍କ ଟ୍ବିଟରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଟାର୍ଗେଟ କରି ଲେଖିଛନ୍ତି ଯେ, ଏହା ଧାରା ୩୭୦, ନାଗରିକତ୍ୱ ଆଇନ, ସଂଖ୍ୟାଲଘୁ କିମ୍ବା ଦଳିତଙ୍କୁ ଟାର୍ଗେଟ କରିବା ହେଉ, କୋବିନ୍ଦ ଭାରତୀୟ ସମ୍ବିଧାନ ନାମରେ ବିଜେପିର ରାଜନୈତିକ ଏଜେଣ୍ଡା ପୂରଣ କରିଥିଲେ। ଏଭଳି କରି ସେ ଭାରତୀୟ ସମ୍ବିଧାନକୁ ଅନେକ ଥର କ୍ଷୁର୍ଣ୍ଣ କରିଛନ୍ତି।

ଅନ୍ୟପକ୍ଷରେ ଆଜି ଆଜି ପାର୍ଲାମେଣ୍ଟ୍‌ର ସେଣ୍ଟ୍ରାଲ୍‌ ହଲ୍‌ରେ ପୂର୍ବାହ୍ନ ୧୦.୧୩ରେ ଭାରତର ୧୫ଶ ରାଷ୍ଟ୍ରପତି ଭାବେ ଓଡ଼ିଶା ମାଟିର କନ୍ୟା ଦ୍ରୌପଦୀ ମୁର୍ମୁ ଶପଥ ଗ୍ରହଣ କରିଥିଲେ। ଭାରତର ପ୍ରଧାନ ବିଚାରପତି ଏନ୍‌. ଭି. ରମନା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ରାଷ୍ଟ୍ରପତି ମୁର୍ମୁଙ୍କ ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ୍‌. ଭେଙ୍କୟାନାଇଡୁ, ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ଏବଂ ଲୋକସଭାର ବାଚସ୍ପତି ଓମ୍‌ ବିର୍ଲାଙ୍କ ସମେତ ସମସ୍ତ କେନ୍ଦ୍ରମନ୍ତ୍ରୀ ଓ ସାସଂଦ ଉପସ୍ଥିତ ଥିଲେ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେତେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର