ତିରଙ୍ଗାକୁ ମେହବୁବାଙ୍କ ଅପମାନ

ଶ୍ରୀନଗର : ‘ଜମ୍ମୁ-କାଶ୍ମୀରକୁ ୩୭୦ ଧାରା ଫେରାଇ ଆଣିବା ପାଇଁ ଆକାଶ ପାତାଳ ଏକ କରିଦେବି। ଧାରା ୩୭୦ ପୁନର୍ବାର ଲାଗୁ ହେବା ପର୍ଯ୍ୟନ୍ତ କୌଣସି ନିର୍ବାଚନ ଲିଢ଼ିବି ନାହିଁ କିମ୍ବା କାଶ୍ମୀର ବ୍ୟତୀତ ଅନ୍ୟ କୌଣସି ପତାକା ଉଡ଼ାଇବି ନାହିଁ। ’ ଚଉଦ ମାସ ପୁଲିସ ହେପାଜତରେ ରହି ଫେରିବା ପରେ ଗଣମାଧ୍ୟମକୁ ସମ୍ବୋଧନ କରି ଏକଥା କହିଛନ୍ତି ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିପୁଲ୍ସ ଡେମୋକ୍ରାଟିକ୍‌ ପାର୍ଟିର ଅଧ୍ୟକ୍ଷ ମେହବୁବା ମୁଫତି।

ସାମ୍ବାଦିକମାନଙ୍କୁ ସୂଚନା ଦେବାବେଳେ ତାଙ୍କ ଟେବୁଲରୁ ଜାତୀୟ ପତାକାକୁ ହଟାଇ ଦେଇ ସେ ସ୍ଥାନରେ କାଶ୍ମୀର ପତାକା ସହ ଦଳୀୟ ପତାକା ରଖିଥିଲେ। ଜମ୍ମୁ-କାଶ୍ମୀର ପତାକା ଆଡ଼କୁ ଇସାରା କରି ମେହବୁବା କହିଲେ, ଯେପର୍ଯ୍ୟନ୍ତ ଆମ ପତାକା ଆମ ପାଖକୁ ନ ଫେରିଛି ସେପର୍ଯ୍ୟନ୍ତ ଅନ୍ୟ ‌କୌଣସି ପତାକା (ତିରଙ୍ଗା) ଉଡ଼ାଇବୁ ନାହିଁ। ଜାତୀୟ ପତାକାକୁ ମେହବୁବାଙ୍କ ଏଭଳି ଅପମାନକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର