ଜୋର୍‌ ଧରିଲା ପିଏନ୍‌ବି ଠକେଇ ମାମଲାର ପଳାତକ ମେହୁଲ ଚୋକସିକୁ ଭାରତ ଆଣିବା ଉଦ୍ୟମ

ନୂଆଦିଲ୍ଲୀ: ପଂଜାବ ନ୍ୟାସନାଲ ବ୍ୟାଙ୍କ ଠକେଇ ମାମଲାରେ ପଳାତକ ମେହୁଲ ଚୋକସିକୁ ଭାରତ ଆଣିବା ଉଦ୍ୟମ ଜୋରଦାର ହୋଇଛି । ମେହୁଲକୁ ଭାରତ ପଠାଇବା ପାଇଁ ସ୍ଥାନୀୟ କୋର୍ଟକୁ କହିଛନ୍ତି ଡୋମିନିକା ସରକାର । ଡୋମିନିକା ସରକାରଙ୍କ ପକ୍ଷରୁ କୁହାଯାଇଛି, ନାଗରିକ ଆଇନ ଭାରତର ସମ୍ବିଧାନଠାରୁ ଉପରେ ନୁହଁ । ମେହୁଲୁକୁ ଆଂଟିଗୁଆ ପଠାଯିବ ନା ଭାରତ ପଠାଯିବ ସେ ନେଇ ଶୁଣାଣି ବେଳେ ଡୋମିନିକା ସରକାର କୋର୍ଟରେ ନିଜର ପକ୍ଷ ରଖି ଏହା କହିଛନ୍ତି । ଫଳରେ ମେହୁଲ ଚୋକସିକୁ ଭାରତ ଆଣିବା ଉଦ୍ୟମ ଜୋରଦାର ହୋଇଛି । ଡୋମିନିକାର ମାଜିଷ୍ଟ୍ରେଟ କୋର୍ଟ ଏହି ପଳାତକକୁ ଜାମିନ୍ ଦେବାକୁ ମନା କରି ଦେଇଛନ୍ତି ।

ପ୍ରତ୍ୟାର୍ପଣ ନେଇ ଡୋମିନକା କୋର୍ଟରେ ଆଜି ପୁଣି ଶୁଣାଣି ହେବ । ନିକଟରେ ଆଂଟିଗୁଆରୁ ନିଖୋଜ ହୋଇଥିବା ଚୋକସି ଡୋମିନିକାରୁ ଧରାପଡ଼ିଥିଲା । ବେଆଇନ୍ ଭାବରେ ପ୍ରବେଶ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ଚୋକସିଙ୍କ ଓକିଲ ବିଜୟ ଅଗ୍ରୱାଲ କହିଛନ୍ତି ଜାମିନ ପାଇଁ ସେମାନେ ଉପର କୋର୍ଟଙ୍କ ଦ୍ୱାରସ୍ଥ ହେବେ । ଗତକାଲି ଶୁଣାଣି ବେଳେ ହ୍ୱିଲ ଚେୟାରରେ ବସି ହାଜର ହୋଇଥିଲେ ମେହୁଲ ଚୋକସୀ । ଡୋମିନିକାରୁ ଗିରଫ ପରେ ଚୋକସରକୁ ଭାରତ ପ୍ରତ୍ୟାର୍ପଣ ନେଇ ଦାବି ଜୋର ଧରୁଛି । ଏ ଦିଗରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ବି ଆରମ୍ଭ ହୋଇଛି । ଆବଶ୍ୟକ କାଗଜ ବି ଡୋମିନିକା ସରକାରଙ୍କୁ ପ୍ରଦାନ କରାଯାଇଛି । ସିବିଆଇର ଏକ ଟିମ୍ ଡୋମିନିକା ଯାଇଛି ।

 

ସମ୍ବନ୍ଧିତ ଖବର