ମେହୁଲ ଚୋକ୍‌ସୀ ସଫଳତାର ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଗବେଷଣା କରି ପାଇଲେ ପିଏଚ୍‌ଡି ଉପାଧି

ସୁରଟ (ଗୁଜୁରାଟ): ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଉଚ୍ଚତର ଗବେଷଣା କରି ପିଏଚ୍‌ଡି ଡିଗ୍ରି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ମେହୁଲ ଚୋକ୍‌ସୀ। ‘ଲିଡରସିପ୍‌ ଅଣ୍ଡର ଗଭର୍ଣ୍ଣମେଣ୍ଟ- କେସ୍‌ ଷ୍ଟଡି ଅଫ୍‌ ନରେନ୍ଦ୍ର ମୋଦି’ ଶୀର୍ଷକରେ ତାଙ୍କର ଗବେଷଣାତ୍ମକ ସନ୍ଦର୍ଭଟି ପରୀକ୍ଷକମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହେବା ସହ ଏଥିପାଇଁ ମେହୁଲ ଚୋକ୍‌ସୀଙ୍କୁ ମିଳିଛି ଡକ୍ଟରେଟ ଉପାଧି।

ତେବେ, ଗୁଜୁରାଟ ସୁରଟର ଏହି ମେଧାବୀ ଛାତ୍ର ମେହୁଲ ଚୋକ୍‌ସୀଙ୍କ ନାମ ବ୍ୟାଙ୍କ୍‌ ଋଣ ହଡ଼ପ କରି ସଂପ୍ରତି ପଳାତକ ସାଜିଥିବା ଗୁଜୁରାଟର ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସୀଙ୍କ ସହ ସମାନ ହୋଇ ଥିବାରୁ ଏହି ଖବର ଏବେ ଦେଶର ଏକ ଚର୍ଚ୍ଚିତ ଖବରରେ ପରିଣତ ହୋଇଛି।

ତେବେ, ଡକ୍ଟରେଟ୍‌ ଉପାଧି ପାଇଥିବା ସୁରଟର ମେହୁଲ ଚୋକ୍‌ସୀ ହେଉଛନ୍ତି ଜଣେ ମେଧାବୀ ଛାତ୍ର। ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର (ଏମ୍‌ଏ) ଡିଗ୍ରି ହାସଲ କରିବା ପରେ ସେ ବୀର ନର୍ମଦା ଦକ୍ଷିଣ ଗୁଜୁରାଟ ବିଶ୍ୱବିଦ୍ୟାଳୟରେ ପିଏଚ୍‌ଡି ଉପାଧି ପାଇଁ ଉଚ୍ଚତର ଗବେଷଣା କରୁଥିଲେ। ତାଙ୍କ ଗବେଷଣାର ବିଷୟବସ୍ତୁ ଥିଲା, ‘ଲିଡରସିପ୍‌ ଅଣ୍ଡର ଗଭର୍ଣ୍ଣମେଣ୍ଟ- କେସ୍‌ ଷ୍ଟଡି ଅଫ୍‌ ନରେନ୍ଦ୍ର ମୋଦି’। ୨୦୧୦ରେ ନରେନ୍ଦ୍ର ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ସମୟରେ ସେ ତାଙ୍କର ଏହି ଗବେଷଣା ଆରମ୍ଭ କରିଥିଲେ। ଏପ୍ରସଙ୍ଗ ଉପରେ ସେ ୩୨ ପ୍ରକାରର ପ୍ରଶ୍ନ ପ୍ରସ୍ତୁତ କରି ରାଜନେତା, ସରକାରୀ କର୍ମଚାରୀ, ଶିକ୍ଷାବିତ୍‌, ଶ୍ରମିକ, ଛାତ୍ର, ଚାଷୀ ପ୍ରମୁଖ ସମାଜର ସବୁବର୍ଗର ୪୫୦ ଲୋକଙ୍କୁ ଠାରୁ ପ୍ରତ୍ୟକ୍ଷ ଭାବେ ସାକ୍ଷାତକାର ନେଇ ତାହାରି ଆଧାରରେ ଗବେଷଣା କରିବା ସହ ଏହି ସନ୍ଦର୍ଭ ପ୍ରସ୍ତୁତ କରିଥିଲେ।

ସମ୍ବନ୍ଧିତ ଖବର