ନୂଆଦିଲ୍ଲୀ : ସରକାର କିଭଳି କାର୍ଯ୍ୟ କରୁଛନ୍ତି ଏବଂ ତାଙ୍କର କାର୍ଯ୍ୟକରିବାର ଶୈଳୀ କେତେ ପ୍ରଭାବୀ ତାହା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନ୍ବି)ର ୧୪୩୦୦ କୋଟି ଟଙ୍କାର ଠକେଇ ଘଟଣାରେ କାର୍ଯ୍ୟାନୁଷ୍ଠାନରୁ ପଦାକୁ ଆସିଛି। ପିଏନବି ମହାଠକେଇ ମାମଲାର ମୁଖ୍ୟ କାର୍ପଟଦାର ନିରବ ମୋଦୀ ଓ ତାଙ୍କ ମାମୁ ମେହୁଲ ଚୋକ୍ସିଙ୍କ ଘଟଣା ଧରାପଡ଼ିବାର ବହୁ ପୂର୍ବରୁ ଦେଶ ଛାଡ଼ି ବିଦେଶ ପଳାଇଲେ। ସେତେବେଳେ ସରକାର ତାହାର ଟେର୍ ପାଇଲେ ନାହିଁ। ଅନ୍ୟପକ୍ଷରେ ନୂଆ ନୂଆ ଆଇନ ପାଇଁ ସରକାର ପ୍ରସ୍ତୁତ ହେଉଥିବା ବେଳେ ଖସିଯାଇଥିବା ଅପରାଧୀମାନେ ଭିନ୍ନ ରାସ୍ତା ଅପଣାଇବାରେ ଲାଗିଛନ୍ତି। ବିଦେଶ ପଳାଇବା ପରେ ଅପରାଧୀମାନେ ବିଭିନ୍ନ ଦେଶର ନାଗରିକତା ଗ୍ରହଣ ମଧ୍ୟ ବର୍ତି ଯାଉଛନ୍ତି।
ଆଣ୍ଟିଗୁଆେର ଲୁଚିଥିବା ଚୋକସିଙ୍କ ଘଟଣାରୁ ଏହା ସ୍ପଷ୍ଟ ହୋଇଯାଉଛି। ସେଠାର ନାଗରିକତା ଗ୍ରହଣ କରିଥିବା ଚୋକସି ଏବେ ପୁଣି ଭାରତର ନାଗରିକତା ଛାଡ଼ି ସାରିଲେଣି। ସେ ତାଙ୍କର ଭାରତୀୟ ପାସପୋର୍ଟକୁ ଭାରତୀୟ ଦୂତାବାସରେ ଜମା କରି ଦେଖାଇ ଦେଇଛନ୍ତି ଯେ ଭାରତୀୟ କାର୍ଯ୍ୟାନୁଷ୍ଠାନ କିଛି କାମ ଦେବନାହିଁ।
ଉଲ୍ଲେଖଯୋଗ୍ୟ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହା ଠକେଇର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ମେହୁଲ ଚୋକସି ଇତିମଧ୍ୟରେ ଭାରତର ନାଗରିକତା ଛାଡ଼ି ଦେଇଛନ୍ତି। ଭାରତର ପାସପୋର୍ଟକୁ ସେ ଗୁଏନାରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ହସ୍ତାନ୍ତର କରିଦେଇଛନ୍ତି। ଗୁଏନାସ୍ଥିତ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟକୁ ମେହୁଲ ନିଜେ ପାସପୋର୍ଟ ଦାଖଲ ପାଇଁ ବ୍ୟକ୍ତିଗତ ଭାବେ ଆସିଥିଲେ କିମ୍ବା ଡାକ ଯୋଗେ ପଠାଇଥିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେହିଭଳି ନିରବ ମୋଦୀ ବ୍ରିଟେନରେ ଅଛନ୍ତି ବୋଲି ସରକାର ନିକଟରେ ଲୋକସଭାରେ ସୂଚନା ଦେଇଥିଲେ ମଧ୍ୟ ତାଙ୍କୁ ଆଣିବା ଲାଗି କୌଣସି ଠୋସ୍ ପଦକ୍ଷେପ ନେଉନାହାନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/01/mehul-choksi.jpg)