ୱାସିଂଟନ୍: ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଏହାକୁ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଲାସ୍କାଠାରେ ୧୫ ଅଗଷ୍ଟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ତେବେ ଯୁଦ୍ଧ ବନ୍ଦ ଓ ଶାନ୍ତି ପ୍ରତିଷ୍ଠା ନେଇ କୌଣସି ନିଷ୍କର୍ଷ ବାହାରି ପାରିନଥିବା ବେଳେ ଆମେରିକାର ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ପୁଟିନଙ୍କୁ ଲେଖିଥିବା ହୃଦୟସ୍ପର୍ଶୀ ଚିଠି ଏବେ ଚର୍ଚ୍ଚାର ବିଷୟ ହୋଇଛି। ମେଲାନିଆ ଚିଠିରେ ଶିଶୁମାନଙ୍କ ନିରାପତ୍ତା ତଥା କଲ୍ୟାଣ କଥା ଚିନ୍ତା କରିବାକୁ ଲେଖିଛନ୍ତି। ୟୁକ୍ରେନ କିମ୍ବା ଯୁଦ୍ଧ ସମ୍ପର୍କରେ ବିସ୍ତୃତ କିଛି ନଲେଖି ମେଲାନିଆ ଲେଖିଛନ୍ତି, ଯୁଦ୍ଧ ପ୍ରଭାବିତ ଶିଶୁଙ୍କ ମୁହଁରେ ହସ ଫେରାଇ ଆଣିବାକୁ ଆପଣଙ୍କ ନିକଟରେ କ୍ଷମତା ରହିଛି। ଯେକୌଣସି ଅଞ୍ଚଳ ହେଉ କି ବିଚାରାଧାରା କିମ୍ବା ସରକାର ସମସ୍ତେ ଆଗାମୀ ପିଢ଼ିର ଭବିଷ୍ୟତକୁ ଧ୍ୟାନ ଦିଅନ୍ତି। କିନ୍ତୁ ଆଜିକାଲି କିଛି ପିଲା ଅନ୍ଧାରରେ ରହୁଥିବା ବେଳେ ସେମାନଙ୍କ ମୁହଁରେ ହସ ନାହିଁ। ଆପଣ ହିଁ ଏକମାତ୍ର ବ୍ୟକ୍ତି ଯିଏକି ସେମାନଙ୍କ ମୁହଁରେ ଖୁସିର ଧାରା ଆଣିପାରିବେ। ଏହି ପିଲାଙ୍କ କୋମଳତା ରକ୍ଷା କରିବା ଦିଗରେ ଆପଣଙ୍କ ପଦକ୍ଷେପ ପୂରା ମାନବତା ପାଇଁ ସେବା ହେବ। ଟ୍ରମ୍ପ ସମର୍ଥକମାନେ ଏହି ଚିଠିକୁ ବହୁଳ ଭାବେ ସାମାଜିକ ଗଣମାଧ୍ୟମରେ ସେୟାର କରୁଛନ୍ତି।
ପୁଟିନଙ୍କୁ ‘ଶାନ୍ତିପତ୍ର’ ଲେଖିଲେ ମେଲାନିଆ
ରୁଷ୍ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବାବେଳେ ଏହାକୁ ବନ୍ଦ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଲାସ୍କାଠାରେ ୧୫ ଅଗଷ୍ଟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ତେବ...
/sambad/media/media_files/2025/08/18/untitled-9-2025-08-18-07-04-54.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)