ଵାସିଂଟନ୍: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍ ମଧ୍ୟ ତାଙ୍କ ଘନିଷ୍ଠ ସହଯୋଗୀମାନଙ୍କ ସହ ସାମିଲ ହୋଇ ଟ୍ରମ୍ପ୍ ନିଜର କ୍ଷତି ସହିବା ସଙ୍ଗେ ସଙ୍ଗେ ରାଷ୍ଟ୍ରପତି ନିର୍ବାଚିତ ଜୋ ବାଇଡେନ୍ଙ୍କ ପାଖରେ ପରାଜୟ ସ୍ବୀକାର କରିବା ଚାହାନ୍ତି। ଯଦିଓ ନିର୍ବାଚନ ଫଳାଫଳ ଉପରେ ମେଲାନିଆ ସର୍ବସମ୍ମୁଖରେ କିଛି ମତାମତ ରଖିନାହାନ୍ତି, ତେବେ ବ୍ୟକ୍ତିଗତ ସ୍ତରରେ ସେ ଏପରି ଇଚ୍ଛା ପ୍ରକଟ କରିଥିବା ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଗତ ମାସରେ ନିଜ ସ୍ବାମୀଙ୍କ ପୁନର୍ନିର୍ବାଚନ ପାଇଁ ପ୍ରଚାରରେ ସାମିଲ ହୋଇଥିବା ମେଲାନିଆ ବେଳେ ବେଳେ ଏପରି ସ୍ପଷ୍ଟତା ପ୍ରକାଶ କରିଥାନ୍ତି ବୋଲି କୁହାଯାଇଛି। ସେହିପରି ଟ୍ରମ୍ପ୍ଙ୍କ ଜ୍ବାଇଁ ତଥା ତାଙ୍କର ଅନ୍ୟତମ ବରିଷ୍ଠ ପରାମର୍ଶଦାତା ଜାରେଡ୍ କୁସେନର ମଧ୍ୟ ଅନୁରୂପ ଇଚ୍ଛା କରି ଏଥିପାଇଁ ଟ୍ରମ୍ପ୍ଙ୍କୁ ନିବେଦନ କରିଛନ୍ତି। ନିଜକୁ ବିଜୟୀ ଭାବେ ବାଇଡେନ୍ ଭୁଲ୍ରେ ଉପସ୍ଥାପିତ କରୁଛନ୍ତି ଏବଂ ଏହି ଦୌଡ଼ର ଅନ୍ତ ବହୁ ଦୂରରେ ବୋଲି ଟ୍ରମ୍ପ୍ କହିବା ପରେ ପରେ ତାଙ୍କ ନିଜ ଲୋକମାନେ ଏପରି ପରାଜୟକୁ ସ୍ବୀକାର କରିବା ଲାଗି ତାଙ୍କୁ ବାଧ୍ୟ କରିବା ଘଟଣା ରୋଚକ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାଯୋଗ୍ୟ, ଡେମୋକ୍ରାଟ୍ ଦଳକୁ ମିଛରେ ବିଜେତା ଭାବେ ଉଭା ହେବା ଲାଗି ବିଭିନ୍ନ ଗଣମାଧ୍ୟମ ସହଯୋଗ କରୁଛନ୍ତି ବୋଲି ଟ୍ରମ୍ପ୍ ଦାବି କରିବା ସହ ଫଳାଫଳକୁ ସେ ଅଦାଲତରେ ଚ୍ୟାଲେଞ୍ଜ୍ କରିବେ ବୋଲି କହିଛନ୍ତି। ମାତ୍ର ବାସ୍ତବରେ ନିର୍ବାଚନ ମଣ୍ଡଳ(ଇଲେକ୍ଟରାଲ୍)ର କୁହୁକ ସଂଖ୍ୟା ୨୭୦ ଡେଇଁଥିବା ବାଇଡେନ୍ଙ୍କ ସପକ୍ଷରେ ୭ କୋଟି ୪୦ ଲକ୍ଷ ଭୋଟ ମିଳିଥିବା ବେଳେ ଟ୍ରମ୍ପ୍ଙ୍କ ଖାତାରେ ୭ କୋଟି ସମର୍ଥନ ପଡ଼ିଛି।
ମେଲାନିଆଙ୍କ ଇଚ୍ଛା ଟ୍ରମ୍ପ୍ ପରାଜୟକୁ ସ୍ବୀକାର କରନ୍ତୁ
/sambad/media/post_attachments/wp-content/uploads/2020/02/melania.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)