ମେଲ୍‌ବର୍ଣ୍ଣ: କାର୍‌ ମାଡ଼ିଯିବାରୁ ୧୨ ପଥଚାରୀ ଆହତ; ଡ୍ରାଇଭର୍‌ ଗିରଫ

ସିଡ୍‌ନି: ଅଷ୍ଟ୍ରେଲିଆର ଦ୍ୱିତୀୟ ବୃହତ୍ତମ ସହର ମେଲ୍‌ବର୍ଣ୍ଣରେ ଗୁରୁବାର ଦିନ ଦଳେ ପଥଚାରୀଙ୍କ ଉପରକୁ ଏକ କାର୍‌ ମାଡ଼ିଯିବାରୁ ଡଜନାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସାଙ୍ଘାତିକ ବୋଲି ଅଧିକାରୀମାନେ ଜଣାଇଛନ୍ତି।

ଭିକ୍ଟୋରିଆ ଷ୍ଟେଟ୍‌ ପୁଲିସ କହିଛି ଯେ ଦୁର୍ଘଟଣା ପରେ କାର୍‌ର ଚାଳକକୁ ସେମାନେ ଗିରଫ କରିଛନ୍ତି।

ଆହତମାନଙ୍କୁ ଘଟଣାସ୍ଥଳରେ ପାରାମେଡିକ୍‌ମାନେ ପ୍ରାଥମିକ ଚିକିତ୍ସା କରିବା ପରେ ଆମ୍ବୁଲାନ୍‌ସ୍‌ ଯୋଗେ ଆହତ ୧୨ ଜଣଙ୍କୁ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଆହତମାନଙ୍କ ମଧ୍ୟରେ ଅଛି ଜଣେ ପ୍ରାକ୍‌-ସ୍କୁଲ୍‌ ଝିଅ। ତା’ ମୁଣ୍ଡରେ ସାଙ୍ଘାତିକ ଆଘାତ ଲାଗିଥିବାରୁ ତା’ର ଅବସ୍ଥା ସଙ୍କଟାପନ୍ନ ଅଛି।

ସମ୍ବନ୍ଧିତ ଖବର