ଅଟୋରେ ଯାଉଛନ୍ତି ମେକ୍ସିକୋ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ସେଡାନ, ଏସ୍‌୍‌ୟୁଭିରେ ବସି ଦିଲ୍ଲୀରେ ଥାଟବାଟରେ ନେତା ଓ କୂଟନୀତିଜ୍ଞମାନେ ଯାତ୍ରା କରୁଥିବା ବେଳେ ଭାରତରେ ଅବସ୍ଥାପିତ ମେକ୍ସିକୋ ରାଷ୍ଟ୍ରଦୂତଙ୍କ କ୍ଷେତ୍ରରେ ଭିନ୍ନ ସ୍ଥିତି ଦେଖିବାକୁ ମିଳିଛି। ୨୦୧୬ରୁ ମେକ୍ସିକୋର ରାଷ୍ଟ୍ରଦୂତ ମେଲବା ପ୍ରିୟା ଦିଲ୍ଲୀରେ ସର୍ବଦା ଅଟୋରିକ୍ସା ବ୍ୟବହାର କରି ଆସୁଛନ୍ତି। ଦିଲ୍ଲୀରେ ଗରମ ହେଉକି ଥଣ୍ଡା, ମେଲବାଙ୍କ ପାଇଁ କୌଣସି ଫରକ୍‌ ନଥାଏ। ସେ ଦିଲ୍ଲୀ ସହରରେ ସର୍ବଦା ଅଟୋରେ ହିଁ ଯାତାୟତ କରୁଥିବା ଦେଖିବାକୁ ମିଳିଛି। ମେଲବାଙ୍କ ଅଟୋରେ ମେକ୍ସିକୋର ପତାକା ଲାଗିବା ସହ କୂଟନୀତିଜ୍ଞଙ୍କ ପାଇଁ ରହିଥିବା ନମ୍ବର ପ୍ଲେଟ୍‌ ମଧ୍ୟ ଲଗାଯାଇଛି। ୨୦୧୬ରେ ପ୍ରଥମେ ଅଟୋରିକ୍ସାରେ ଯାଇ ଚର୍ଚ୍ଚା ସୃଷ୍ଟି କରିଥିବା ମେଲବା ଏହି ଧାରାକୁ ଆଜି ପର୍ଯ୍ୟନ୍ତ କାଏମ ରଖିଛନ୍ତି। ମେଲବାଙ୍କ ପାଖରେ ଏକ ସିଏନ୍‌୍‌ଜି ଅଟୋ ରହିଛି ଏବଂ ଏହା ପରିବେଶକୁ ସୁରକ୍ଷିତ ରଖିବାରେ ସହାୟକ ହେଉଛି ବୋଲି ସେ କହିଛନ୍ତି। ଅନ୍ୟମାନେ ମଧ୍ୟ ଏଭଳି ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି। ନିଜ ଅଟୋ ପାଇଁ ମେଲବା ସରକାରୀ ଡ୍ରାଇଭର ମଧ୍ୟ ନିଯୁକ୍ତି ଦେଇଛନ୍ତି।

ସମ୍ବନ୍ଧିତ ଖବର