ଦୁବାଇ: ଦୁବାଇରେ ଅନୁଷ୍ଠିତ ସିଓପି-୨୮ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କୁ ଭେଟିଥିଲେ। ଏହି ସମୟରେ ଦୁହେଁ ନେଇଥିବା ସେଲଫି ଏବେ ଖୁବ ଭାଇରାଲ ହୋଇଛି। ମେଲୋନୀ ଫଟୋ ସେୟାର କରିବା ପରେ ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛନ୍ତି। ଜର୍ଜିଆ ମେଲୋନୀ ପୋଷ୍ଟ କରିଥିବା ସେଲଫିକୁ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସେୟାର କରିଛନ୍ତି।
ଭାଇରାଲ ଫଟୋରେ ଦୁହେଁ ହସୁଥିବାର ଦେଖାଯାଇଛି। ଏହି ଫଟୋ ସେୟାର କରି ମେଲୋନୀ ଲେଖିଛନ୍ତି, ସିଓପି-୨୮ରେ ଭଲ ବନ୍ଧୁ। #ମେଲୋଦୀ। ଏହି ଫଟୋକୁ ଏକ୍ସରେ ସେୟାର କରି ପ୍ରଧାନମନ୍ତ୍ରୀ ମୋଦୀ ଲେଖିଛନ୍ତି, ଭଲ ବନ୍ଧୁଙ୍କୁ ଭେଟିବା ସବୁବେଳେ ଖୁସି ଦିଏ।
Meeting friends is always a delight. https://t.co/4PWqZZaDKC
— Narendra Modi (@narendramodi) December 2, 2023
ତେବେ ଏହି ଫଟୋ ସାମ୍ନାକୁ ଆସିବା ପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି। ଜଣେ ବ୍ୟବହାରକାରୀ ୨୦୨୪ନିର୍ବାଚନ ପ୍ରଚାର ପାଇଁ ମେଲୋନୀଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରନ୍ତୁ ବୋଲି ମୋଦୀଜୀଙ୍କୁ କହିଛନ୍ତି।
Modi ji should invite Maloni ji to come to India for 2024 Modi campaign.
An Italian for an Italian... 😂🔥#Melodi pic.twitter.com/Ae7kcyRT32
— The Random Guy (@RandomTheGuy_) December 2, 2023