କିନ୍ନରମାନଙ୍କ ପାଇଁ ଗଠିତ ଜାତୀୟ ପରିଷଦରେ ଓଡ଼ିଶା ସଦସ୍ୟ

ନୂଆଦିଲ୍ଲୀ : ଟ୍ରାନ୍ସଜେଣ୍ଡର(କିନ୍ନର)ମାନଙ୍କର ସଶକ୍ତୀକରଣ ପାଇଁ କେନ୍ଦ୍ରସରକାରଙ୍କ ଦ୍ବାରା ପ୍ରଥମଥର ପାଇଁ କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିବା ଜାତୀୟ ପରିଷଦ (ନ୍ୟାସନାଲ କାଉନ୍‌ସିଲ)ରେ ଓଡ଼ିଶା ସଦସ୍ୟ ରୂପେ ସ୍ଥାନ ପାଇଛି।

ଜାତୀୟ ପରିଷଦରେ କେନ୍ଦ୍ର ସରକାରଙ୍କ ୧୦ଟି ବିଭାଗ ତଥା ଓଡ଼ିଶା ସମେତ ଜାମ୍ମୁ-କାଶ୍ମୀର, ଆନ୍ଧ୍ରପ୍ରଦେଶ, ତ୍ରିପୁରା ଓ ଗୁଜୁରାଟ କିନ୍ନର ଗୋଷ୍ଠୀରୁ ୫ ଜଣ ସଦସ୍ୟ ତଥା ଏନଜିଓରୁ ୫ ଜଣ ସଦସ୍ୟ ସ୍ଥାନ ପାଇଛନ୍ତି। ଉଲ୍ଲେଖଯୋଗ୍ୟ, ଟ୍ରାନ୍ସଜେଣ୍ଡର ପରସନ୍ସ ଆକ୍ଟ-୨୦୧୯ ଅଧୀନରେ ଏହି ଜାତୀୟ ପରିଷଦର ଗଠନ କରାଯାଇଛି।

ସମ୍ବନ୍ଧିତ ଖବର