ନାଗପୁର : ପଶ୍ଚିମବଙ୍ଗ ପରେ ଏବେ ମହାରାଷ୍ଟ୍ରର ନାଗପୁରରେ ବିଜେପି କର୍ମୀଙ୍କୁ ହତ୍ୟା। ଏକ ଅଭାବନୀୟ ଘଟଣାକ୍ରମରେ ନାଗପୁରରେ ଜଣେ ବିଜେପି କର୍ମୀଙ୍କ ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଛି। ସୂଚନାନୁଯାୟୀ ନାଗପୁରର ଆରାଧନା ନଗରରେ ରବିବାର ବିଳମ୍ବିତ ରାତିରେ ବିଜେପି କର୍ମୀ କମଲକର ପୋହାନକର ଏବଂ ତାଙ୍କ ପତ୍ନୀ ଅର୍ଚ୍ଚନା, ଝିଅ ବେଦାନ୍ତି, ଭଣଜା ଗଣେଶ ଏବଂ ମା’ ମୀରାବାଇଙ୍କୁ ହତ୍ୟା କରାଯାଇଛି। ସମସ୍ତେ ଘର ଭିତରେ ଶୋଇଥିବା ସମୟରେ ସେମାନଙ୍କୁ କେହି ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛି। ସୋମବାର ଦିନ ଅନେକ ସମୟ ପର୍ଯ୍ୟନ୍ତ କମଲକରଙ୍କ ମୁଖ୍ୟ ଦ୍ୱାର ନଖୋଲିବା ଫଳରେ ପାଖ ପଡ଼ୋଶୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ସେମାନେ କମଲକରଙ୍କ ଘର ନିକଟକୁ ଯାଇ ଡାକିଥିଲେ ମଧ୍ୟ କେହି କିଛି ଜବାବ ଦେଇ ନଥିଲେ। ପୁଲିସକୁ ଖବର ଦେବାପରେ ପୁଲିସ ଆସି ଘଟଣା ସ୍ଥଳରୁ ସମସ୍ତଙ୍କ ମୃତଦେହ ଉଦ୍ଧାର କରିଥିଲା। ତେବେ ପାରିବାରିକ ବିବାଦ ହେତୁ କମଲକରଙ୍କ ସମେତ ତାଙ୍କ ପରିବାର ସଦସ୍ୟଙ୍କୁ ହତ୍ୟା କରାଯାଇଛି ବୋଲି ପୁଲିସ ସନ୍ଦେହ କରୁଛି। କମଲକରଙ୍କ ଜଣେ ସମ୍ପର୍କୀୟ ତାଙ୍କ ସହ ସବୁଦିନ ରହୁଥିଲେ ମଧ୍ୟ ଗତକାଲି ଠାରୁ ସେ ନିଖୋଜ ହୋଇ ଯାଇଛନ୍ତି। ତେଣୁ ହତ୍ୟା ପଛରେ ତାଙ୍କର ହାତ ଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।
ବିଜେପି କର୍ମୀଙ୍କ ସମେତ ୫ ପରିବାର ସଦସ୍ୟଙ୍କୁ ହତ୍ୟା
/sambad/media/post_attachments/wp-content/uploads/2018/06/BJP-family-members-killed.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)