ଦୋକାନ ବୁଲି ଟଙ୍କା ମାଗିପାରିବେନି କିନ୍ନର, ବ୍ୟବସାୟୀ ସଂଘ ଜାରି କଲା ପୋଷ୍ଟର

ଅହମଦାବାଦ: ଗୁଜୁରାଟ ସୁରଟରେ ତାତିଲା ବ୍ୟବସାୟୀ ସଂଘ କୌଣସି ପରିସ୍ଥିତିରେ ବି କିନ୍ନରମାନଙ୍କୁ ବଜାରରେ ପ୍ରବେଶ ନ କରାଇଦେବାକୁ ଦାବି କରିଛି | ଯାହାକୁ ନେଇ ପୋଷ୍ଟର ଜାରି କରାଯାଇଛି | ଏହି ପୋଷ୍ଟରରେ ଲେଖାଯାଇଛି ଯେ ‘ମାର୍କେଟରେ କିନ୍ନରଙ୍କୁ ନୋ ଏଣ୍ଟ୍ରି’ | ଏଠାରେ ସୂଚନା ଥାଉ କି କିନ୍ନରଙ୍କ ଦ୍ୱାରା ସୁରଟର ଏକ ମାର୍କେଟରେ ଜଣଙ୍କୁ ପିଟିପିଟି ହତ୍ୟା କରାଯିବା ପରେ ବ୍ୟବସାୟୀ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି |

ଏହାକୁ ନେଇ ବ୍ୟବସାୟୀ ସଂଘର ସଭାପତି କହିଛନ୍ତି ଯେ କିନ୍ନରମାନେ ଲୋକଙ୍କୁ ହଇରାଣ କରୁଥିବାବେଳେ ଯେ ପର୍ଯ୍ୟନ୍ତ ତାଙ୍କ ଉପରେ ପ୍ରତିବନ୍ଧକ ନ ଲଗାଯାଏ ସେ ପର୍ଯ୍ୟନ୍ତ ସେମାନେ କିଛି ଶିଖିପାରିବେନି |

ତେବେ କିନ୍ନର ସମୁଦାୟ ପକ୍ଷରୁ କୁହାଯାଇଛି ଯେ ଏଭଳି ବ୍ୟାନ ଲଗାଯିବା ଦ୍ୱାରା ସେମାନେ କିଭଳି ଗୁଜୁରାଣ ମେଣ୍ଟାଇବେ | କୌଣସି ସ୍ୱତନ୍ତ୍ର ଉତ୍ସବରେ ମାର୍କେଟରୁ ଟଙ୍କା ସଂଗ୍ରହ କରି ସେଥିରେ ବଞ୍ଚିଥାନ୍ତି | ଜଣେ ସଦସ୍ୟଙ୍କ ଭୁଲ ଯୋଗୁଁ ସମ୍ପୂର୍ଣ୍ଣ କିନ୍ନର ସମ୍ପ୍ରଦାୟଙ୍କ ଉପରେ ବ୍ୟାନ ଲଗାଇବା କେତେ ଦୂର ଯୁକ୍ତିଯୁକ୍ତ ବୋଲି କହିଛନ୍ତି |

ସମ୍ବନ୍ଧିତ ଖବର