୬ ସଂସଦୀୟ କମିଟି ପାଇଁ ଓଡ଼ିଶାର ସାଂସଦ ସଦସ୍ୟ ମନୋନୀତ

ନୂଆଦିଲ୍ଲୀ : ଲୋକସଭା ସଚିବାଳୟର ପ୍ରକାଶିତ ବୁଲେଟିନ୍‌ ଅନୁସାରେ ୬ଟି ବିଭିନ୍ନ ସଂସଦୀୟ କମିଟିରେ ଓଡ଼ିଶା ସାଂସଦମାନଙ୍କୁ ସଦସ୍ୟ ଭ‌ାବେ ମନୋନୀତ କରାଯାଇଛି।

ବିନୋଦ କୁମାର ସୋନକାରଙ୍କ ଅଧ୍ୟକ୍ଷତାରେ ଗଠିତ ୧୮ ଜଣିଆ ଏଥିକ୍ସ କମିଟି ସଦସ୍ୟ ରୂପେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମନୋନୀତ କରାଯାଇଛି। ସୁନିଲ କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ ଜଣିଆ ପ୍ରିଭିଲେଜ୍‌ କମିଟିରେ ବିଜେଡି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ସଦସ୍ୟ ରୂପେ ସ୍ଥାନ ପାଇଛନ୍ତି। ଡକ୍ଟର ହିନା ବିଜୟକୁମାର ଗାଭିଟଙ୍କ ଅଧ୍ୟକ୍ଷତାରେ ଗଠିତ ୩୦ ଜଣିଆ ମହିଳା ସଶକ୍ତୀକରଣ କମିଟିରେ ଓଡ଼ିଶାର ଦୁଇ ମହିଳା ସାଂସଦ ସ୍ଥାନ ପାଇଛନ୍ତି। ସ୍ଥାନ ପାଇଥିବା ଦୁଇ ମହିଳା ସାଂସଦ ହେଲେ ବିଜେଡିର ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମ୍‌ ଓ ବିଜେପି ସାଂସଦ ସଙ୍ଗିତା କୁମାରୀ ସିଂହଦେଓ। ରାଜେନ୍ଦ୍ର ଅଗ୍ରଵାଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ ଜଣିଆ ଗଭର୍ଣ୍ଣମେଣ୍ଟ ଆସୁରେନ୍ସେସ୍ କମିଟିରେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ସଦସ୍ୟ ରୂପେ ମନୋନୀତ ହୋଇଛନ୍ତି। ଶ୍ୟାମସିଂହ ଯାଦବଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ ଜଣିଆ ପେପର୍ ଲେଡ୍ ଅନ ଦ ଟେବୁଲ୍ କମିଟିରେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ସଦସ୍ୟ ରୂପେ ସ୍ଥାନ ପାଇଛନ୍ତି। ରଘୁରାମ କୃଷ୍ଣରାଜୁ କାନୁମୁରୁଙ୍କ ଅଧ୍ୟକ୍ଷତାରେ ଗଠିତ ୧୫ ଜଣିଆ ସବ୍ ଅଡିନେଟ୍ ଲେଜିସଲେସନ୍ କମିଟିରେ ସଦସ୍ୟ ରୂପେ ବିଜେଡି ସାଂସଦ ପିନାକୀ ମିଶ୍ର ଓ ବିଜେପି ସାଂସଦ ସୁରେଶ ପୂଜାରୀ ମନୋନୀତ ହୋଇଛନ୍ତି।

ସମ୍ବନ୍ଧିତ ଖବର