ନୂଆଦିଲ୍ଲୀ : କୋଣାର୍କରେ ନୂତନ ସୂର୍ଯ୍ୟ ମନ୍ଦିର ପ୍ରତିଷ୍ଠା ପାଇଁ ଜମି ଆବଣ୍ଟନ କରିବା ପାଇଁ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି. କିଷନ ରେଡ୍ଡିଙ୍କ ନିକଟରେ ଦାବି କରିଛନ୍ତି ନୂତନ କୋଣାର୍କ ସୂର୍ଯ୍ୟ ମନ୍ଦିର ସଭାପତି ମୁକେଶ ‌ଜୈନ। ଏହି ମର୍ମରେ ଶ୍ରୀ ଜୈନ କେନ୍ଦ୍ର ମନ୍ତ୍ରୀ ଶ୍ରୀ ରେଡ୍ଡିଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ଅଧୀନରେ ରହିଥିବା ଜମିକୁ ଆବଣ୍ଟନ କରିବା ପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି। ନୂତନ ସୂର୍ଯ୍ୟ ମନ୍ଦିର ପାଇଁ ୬ ଏକର ଜମିର ଆବଶ୍ୟକତା ଥିବା ସେ କେନ୍ଦ୍ରମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Advertisment

ସେ କହିଥିଲେ ଯେ ଜମି ପ୍ରଦାନ କରାଗଲେ ୨ ରଥ ଓ ୭ ଘୋଡ଼ା ସହିତ ମନ୍ଦିର ସ୍ଥାପନ ହୋଇପାରିବ। ଯଦି ନୂତନ ମନ୍ଦିର ପ୍ରତିଷ୍ଠା ହୁଏ ତାହା‌ହେଲେ କୋଣାର୍କରେ ୧୨୦ ବର୍ଷ ଧରି ବନ୍ଦ ରହିଥିବା ସୂର୍ଯ୍ୟ ଭଗବାନଙ୍କ ପୂଜା ପୁଣି ଆରମ୍ଭ ହେବ ବୋଲି ଶ୍ରୀ ଜୈନ କେନ୍ଦ୍ରମନ୍ତ୍ରୀ ଶ୍ରୀ ରେଡ୍ଡିଙ୍କୁ ଅବଗତ କରାଇଛନ୍ତି।