ବିଶ୍ବବ୍ୟାପୀ ମହିଳାଙ୍କ ଅପେକ୍ଷା ଅଧିକ ପୁରୁଷ କରୋନା ମୃତ୍ୟୁର ଶିକାର

ନୂଆଦିଲ୍ଲୀ : କରୋନା ଭାଇରସ୍‌ରେ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ୩ ଗୁଣ ଅଧିକ ମୃତ୍ୟୁର ଶିକାର ହେଉଥିବା ବିଶ୍ବର ଏକ ପ୍ରଖ୍ୟାତ ସ୍ବାସ୍ଥ୍ୟ ବିଜ୍ଞାନ ପତ୍ରିକାରେ ପ୍ରକାଶ ପାଇଛି। ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ କରୋନାର ଶିକାର ହେଉଛନ୍ତି। ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ୪,୭୮୯ ରୋଗୀଙ୍କର ଏକ ତଥ୍ୟ ଅନୁଶୀଳନ କରି ଜଣାପଡ଼ିଛି ଯେ, ୩.୪ ପ୍ରତିଶତ ମହିଳାଙ୍କ ତୁଳନାରେ ୯.୨ ପ୍ରତିଶତ ପୁରୁଷ କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଛନ୍ତି। ଇରାନ୍‌ ଏବଂ ଆମେରିକାର ବିଶେଷଜ୍ଞମାନେ କହିଛନ୍ତି, ପୁରୁଷଙ୍କୁ ଅଧିକ ଭଲ ଚିକିତ୍ସା ଆବଶ୍ୟକ। ଚୀନ୍‌ରେ ମଧ୍ୟ ସମୁଦାୟ କରୋନା ମୃତ୍ୟୁର ଦୁଇ ତୃତୀୟାଂଶ ତଥା ୬୪ ପ୍ରତିଶତ ପୁରୁଷଙ୍କର କରୋନାରେ ମୃତ୍ୟୁ ହୋଇଛି। ସେହିପରି ଇଟାଲି, ସ୍ପେନ୍‌, ଦକ୍ଷିଣ କୋରିଆ, ଫ୍ରାନ୍ସ ଏବଂ ଜର୍ମାନୀରେ ହୋଇଥିବା ସମୁଦାୟ କରୋନା ମୃତ୍ୟୁର ୭୧ ପ୍ରତିଶତ କେବଳ ପୁରୁଷ। ମହିଳାଙ୍କ ଅପ‌େକ୍ଷା ପୁରୁଷମାନେ ସଂକ୍ରମିତ ହେବାର ଆଶଙ୍କା ୫୦ ପ୍ରତିଶତ ଅଧିକ ରହୁଛି ବୋଲି ଏହ‌ି ପତ୍ରିକାରୁ ଜଣାପଡ଼ିଛି। ତେବେ କେଉଁ କାରଣ ପାଇଁ ପୁରୁଷମାନଙ୍କର କରୋନାରେ ଅଧିକ ମୃତ୍ୟୁ ହେଉଛି ତାହା ସ୍ପଷ୍ଟ ଜଣାପଡ଼ୁନି। ତେବେ ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ରୋଗ ପାଇଁ ପୁରୁଷମାନେ ଅଧିକ ସଂକ୍ରମଣର ଶିକାର ହେଉଥିବା କୁହାଯାଉଛି।

ସମ୍ବନ୍ଧିତ ଖବର