ଏଣିକି ଆଫଗାନିସ୍ତାନରେ ଛାତ୍ରୀମାନଙ୍କୁ ପାଠ ପଢ଼ାଇବେ ନାହିଁ ଶିକ୍ଷକ: ତାଲିବାନ୍‌ ଉଚ୍ଚଶିକ୍ଷା ମନ୍ତ୍ରାଳୟ

କାବୁଲ: ତାଲିବାନ୍‌ ଶାସନାଧୀନ ଆଫଗାନିସ୍ତାନରେ ଗୋଟେ ପରେ ଗୋଟେ ନୂଆ ନିୟମ ଲାଗୁ ହେବାରେ ଲାଗିଛି। କିଛି ସମୟ ପୂର୍ବରୁ ବିଶ୍ବବିଦ୍ୟାଳୟଗୁଡ଼ିକରେ ଆଫଗାନ୍‌ ଝିଅ ଏବଂ ପୁଅମାନେ ପୃଥକ୍‌ ଶ୍ରେଣୀଗୃହରେ ଅଧ୍ୟୟନ କରିବେ ବୋଲି ତାଲିବାନ୍‌ ଉଚ୍ଚଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟକାରୀ ମୁଖ୍ୟ ଅବ୍‌ଦୁଲ୍‌ ବାକ୍ବି ହକ୍କାନି କହିଥିବା ବେଳେ ଏବେ ଆଫଗାନିସ୍ତାନରେ ଛାତ୍ରୀମାନଙ୍କୁ ଶିକ୍ଷକ ପାଠ ପଢ଼ାଇବେ ନାହିଁ ବୋଲି କହିଛନ୍ତି।

ଏହା ସହ ସେ କହିଛନ୍ତି ଯେ, ସମସ୍ତ ଶିକ୍ଷାଗତ କାର୍ଯ୍ୟ ଶରିୟା ଆଇନ ଅନୁଯାୟୀ ହେବ। ଏହା ପୂର୍ବରୁ ସେ କହିଥିଲେ ଯେ, ନୂତନ ବ୍ୟବସ୍ଥା ଅନୁସାରେ ଶିକ୍ଷା ଲାଗି ଝିଅମାନଙ୍କର ଅଧିକାର ରହିବ। କିନ୍ତୁ, ସେମାନେ ଏକା ଶ୍ରେଣୀଗୃହରେ ପୁଅମାନଙ୍କ ସହିତ ବସି ପଢ଼ି ପାରିବେ ନାହିଁ। ଆଫଗାନିସ୍ତାନରେ ଶେଖ ଅବ୍‌ଦୁଲ୍‌ ବାକ୍ବି ହକ୍କାନିଙ୍କୁ ଉଚ୍ଚଶିକ୍ଷାର କାର୍ଯ୍ୟନିର୍ବାହୀ ମନ୍ତ୍ରୀ ଭାବେ ନିଯୁକ୍ତି ଦିଆଯିବାର ଗୋଟିଏ ଦିନ ପରେ ସେ ଏହି ବିବୃତି ଦେଇଛନ୍ତି।

Image Courtesy of Time Magazine

ସେ କହିଛନ୍ତି, ଏହି ପଦକ୍ଷେପ ଝିଅମାନଙ୍କୁ ଉଚ୍ଚଶିକ୍ଷାରୁ ବଞ୍ଚିତ କରିବ କାରଣ ବିଶ୍ୱବିଦ୍ୟାଳୟଗୁଡ଼ିକ ବିଭିନ୍ନ ଶ୍ରେଣୀ ଯୋଗାଇବାରେ ସକ୍ଷମ ନୁହଁନ୍ତି କିମ୍ବା ପର୍ଯ୍ୟାପ୍ତ ମାନବ ସମ୍ବଳ ନାହିଁ। ଶିକ୍ଷା ବ୍ୟବସ୍ଥାରେ ଇସଲାମ ବିରୋଧରେ ଥିବା ପ୍ରତ୍ୟେକ ନିୟମକୁ ହଟାଇ ଦିଆଯିବ |

ସମ୍ବନ୍ଧିତ ଖବର