ନୂଆଦିଲ୍ଲୀ: ୨ଟି ସ୍ତ୍ରୀ ଥିଲେ ମିଳିବ ୨ଲକ୍ଷ | ପ୍ରଚାର ବେଳେ ଏଭଳି କହି ବିବାଦରେ କଂଗ୍ରେସ ନେତା କାନ୍ତିଲାଲ ଭୁରିଆ | ଗୁରୁବାର ଦଳର ମହାଲକ୍ଷ୍ମୀ ଯୋଜନା ଉପରେ ଆଲୋଚନା ବେଳେ ସେ କହିଥିଲେ ଯେ, ଦଳ କ୍ଷମତାକୁ ଆସିଲେ ଦୁଇ ପତ୍ନୀ ଥିବା ପୁରୁଷମାନେ ୨ଲକ୍ଷ ଟଙ୍କା ଆର୍ଥିକ ସହାୟତା ପାଇବେ। ମଧ୍ୟପ୍ରଦେଶର ରତଲାମ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଲୋକସଭା ପ୍ରାର୍ଥୀ ଥିବା ଭୁରିଆ ନିର୍ବାଚନ ପ୍ରଚାର ବେଳେ ଏଭଳି କହିଥିଲେ | ତାଙ୍କର ଏଭଳି ବୟାନକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି |
“କଂଗ୍ରେସ ସରକାର କ୍ଷମତାକୁ ଆସିବା ପରେ ପ୍ରତ୍ୟେକ ମହିଳାଙ୍କ ଆକାଉଣ୍ଟରେ ୧ ଲକ୍ଷ ଟଙ୍କା ଜମା କରାଯିବ। ଏହି ପ୍ରତିଶ୍ରୁତି ଆମେ ଆମ ଇସ୍ତାହାରରେ ଦେଇଛୁ | ଯେଉଁମାନଙ୍କର ଦୁଇଟି ପତ୍ନୀ ଅଛନ୍ତି ସେମାନେ ୨ଲକ୍ଷ ଟଙ୍କା ପାଇବେ" ବୋଲି କହିଥିଲେ ଭୁରିଆ | ସେ ଏଭଳି କହୁଥିବା ବେଳେ ଉପସ୍ଥିତ ଥିଲେ ବେଳେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂ ଏବଂ ଦଳର ରାଜ୍ୟ ୟୁନିଟ୍ ମୁଖ୍ୟ ଜିତୁ ପଟୱାରୀ।
देश के 140 करोड़ लोगो का प्रतिनिधित्व करने वाले , देश के मुखिया के बारे में कितनी आपत्तिजनक टिप्पणी कांग्रेस के रतलाम के प्रत्याशी कांतिलाल भूरिया की...
ऐसी है कांग्रेस की घटिया सोच...
कभी रस , कभी चासनी , आज दो शादी , नंगा...?
यह इनकी शब्दावली है....
चुनाव आयोग @ECISVEEP… pic.twitter.com/FoxGhNwRz1
— Narendra Saluja ( मोदी का परिवार ) (@NarendraSaluja) May 9, 2024
ଭୁରିଆଙ୍କ ବିବୃତି ଉପରେ ପ୍ରତିକ୍ରିୟା ଦେଇ ବିଜେପି ମୁଖପାତ୍ର ନରେନ୍ଦ୍ର ସାଲୁଜା ନିର୍ବାଚନ ଆୟୋଗକୁ ଏନେଇ ପଦକ୍ଷେପ ନେବାକୁ କହିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ବିଜେପି ନେତା ପୋଷ୍ଟ କରି କଂଗ୍ରେସର ଚିନ୍ତାଧାରା କେତେ ଖରାପ ତାହା ଲେଖିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/t-94.jpg)