ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ବିବାଦୀୟ ବୟାନ ପାଇଁ ଆଜି ନିର୍ବାଚନ କମିସନ ତାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି। ନିକଟରେ କେନ୍ଦ୍ର ମନ୍ତ୍ରୀ ଗାନ୍ଧୀ ସୁଲତାନପୁରର ଭୋଟରମାନଙ୍କୁ ଧମକ ଦେଇ କହିଥିଲେ ଯେ ଗ୍ରାମଗୁଡ଼ିକୁ ସେ ଏ, ବି, ସି, ଡିରେ ଶ୍ରେଣୀଭୁକ୍ତ କରିବେ। ସେ କହିଥିଲେ , ଯେଉଁ ଗ୍ରାମରୁ ତାଙ୍କୁ ୮୦ ପ୍ରତିଶତ ଭୋଟ୍ ମିଳିବ ସେହି ଗ୍ରାମକୁ ସେ ‘ଏ’ ଶ୍ରେଣୀଭୁକ୍ତ କରିବେ, ଯେଉଁ ଗ୍ରାମରେ ତାଙ୍କୁ ୬୦ ପ୍ରତିଶତ ଭୋଟ୍ ମିଳିବ ସେହି ଗ୍ରାମ ‘ବି’ ଶ୍ରେଣୀଭୁକ୍ତ ହେବ, ଯେଉଁ ଗ୍ରାମରୁ ୫୦ ପ୍ରତିଶତ ଭୋଟ୍ ମିଳିବ ସେହି ଗ୍ରାମ ‘ସି’ ଏବଂ ଯେଉଁ ଗ୍ରାମରୁ ୫୦ ପ୍ରତିଶତରୁ କମ୍ ଭୋଟ୍ ମିଳିବ ସେହି ଗ୍ରାମ ‘ଡି’ ଶ୍ରେଣୀଭୁକ୍ତ ହେବ । ଏହି ଆଧାରରେ ସେ ଗ୍ରାମଗୁଡ଼ିକ ପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ। ମେନକାଙ୍କର ଏଭଳି ଟିପ୍ପଣୀ ନିର୍ବାଚନ ଆଚରଣ ବିଧି ଉଲ୍ଳଂଘନ କରିଥିବାରୁ ନିର୍ବାଚନ କମିସନ୍ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଗକୁ ଏଭଳି ଟିପ୍ପଣୀ ଦେବାରୁ ଦୂରେଇ ରହିବାପାଇଁ ତାଙ୍କୁ ଚେତାବନୀ ଦିଆଯାଇଛି।
ମେନକାଙ୍କ ‘ଏବିସିଡି’ ଟିପ୍ପଣୀ ପାଇଁ ଇସିଙ୍କ ଚେତାବନୀ
/sambad/media/post_attachments/wp-content/uploads/2019/04/maneka-gandhi-zee_156794_730x419-m.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)