ଲକ୍ଷ୍ନୌ: ଲୋକସଭା ନିର୍ବାଚନ ତାରିଖ ଘୋଷିତ ହେବା ପରେ ବିଭିନ୍ନ ଦଳରେ ଅର୍ନ୍ତଦ୍ୱନ୍ଦ୍ୱ ବଢିବାରେ ଲାଗିଛି। ଏହା ଭିତରେ କେନ୍ଦ୍ରମନ୍ତ୍ରୀ ତଥା ଉତ୍ତର ପ୍ରଦେଶର ପିଲିଭିତ ଆସନରୁ ବିଜୟୀ ହୋଇଥିବା ମେନକା ଗାନ୍ଧୀଙ୍କ ବିରୁଦ୍ଧରେ ଦଳ ଭିତରେ ସ୍ୱର ଉଠିଛି। ତାଙ୍କୁ ଦଳ ପୁଣି ଥରେ ଏଠାରୁ ପ୍ରାର୍ଥୀ ନ କରିବା ଲାଗି ସ୍ଥାନୀୟ ବିଧାୟକ ଓ କେତେକ କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି।

Advertisment

ସେମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଏ ସଂପର୍କରେ ଚିଠି ଲେଖି ନିଜର ଅସନ୍ତୋଷ ଜଣାଇଛନ୍ତି। ତେବେ ଭାଜପାର ଜିଲ୍ଲା ସଭାପତି ଏହାକୁ ଅନୁଶାସନହୀନତା ଓ ଦଳରେ ବିଶୃଙ୍ଖଳା ବୋଲି କହିଛନ୍ତି। ସେ ମେନକା ଗାନ୍ଧୀଙ୍କୁ ପୁଣି ଥରେ ପ୍ରାର୍ଥୀ କରାଗଲେ ଭାଜପା ଅଧିକ ଲାଭବାନ୍‌ ହେବ ବୋଲି ଭାଜପା ଜିଲ୍ଲା ସଭାପତି କହିଛନ୍ତି।

publive-image

photo- indiatoday

ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ ୨୦୦୯ ବ୍ୟତୀତ ୧୯୮୯ରୁ ପିଲିଭିତ ଆସନରୁ ନିର୍ବାଚନ ଜିତି ଆସୁଛନ୍ତି। ୨୦୦୯ରେ ମେନକାଙ୍କ ପୁଅ ବରୁଣ ଗାନ୍ଧୀ ପିଲିଭିତ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏବେ ବରୁଣ ଗାନ୍ଧୀ ସୁଲତାନପୁରରୁ ଲୋକସଭାକୁ ନିର୍ବାଚିତ ହୋଇ ସାଂସଦ ଅଛନ୍ତି।