କୋଲ୍ଲମ(କେରଳ): ମା’ କେବେ କ’ଣ ନିଜ ପୁଅର ତଣ୍ଟି ଚିପି ମାରିପାରେ। ମା’ କ’ଣ ନିଜ ପୁଅର ହତ୍ୟାକାରୀ ସାଜିପାରେ। କିନ୍ତୁ କେରଳର କୋଲ୍ଲମ୍ ସହରରେ ସଂଘଟିତ ଏଭଳି ଲୋମଟାଙ୍କୁରା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।
ସେହି ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଜବ୍ ଭି ଜନ୍ଙ୍କ ପତ୍ନୀ ଜୟାମଲ୍(୪୫)ଙ୍କର ଟିକେ ମାନସିକ ବିକୃତି ରହିଛି। ଗତ ବୁଧବାର ସେ କୌଣସି କାରଣରୁ ନିଜର ୧୫ ବର୍ଷର ପୁଅ ଜିତୁକୁ ତଣ୍ଟିଚିପି ମାରିଦେବା ସହ ତା’ ଶରୀରରେ ନିଅାଁ ଲଗାଇ ଜାଳି ବି ଦେଇଥିଲା। ପରେ ପୁଅର ଅର୍ଦ୍ଧଦଗ୍ଧ ଶବକୁ ଘର ନିକଟ ଏକ ରବର ଉଦ୍ୟାନ ନିକଟରେ ଫୋପାଡ଼ି ଦେଇଥିଲା। ତେବେ ପରେ ନିଜ ଅପରାଧ ଲୁଚାଇବା ପାଇଁ ସେ ଥାନାକୁ ଯାଇ ପୁଅର ନିଖୋଜ ଅଭିଯୋଗ ମଧ୍ୟ ଦାଏର କରିଥିଲେ। ତେବେ ଜୟାମଲଙ୍କ କଥାରେ ତାଳମେଳ ନରହିବାରୁ ପୁଲିସର ସନ୍ଦେହ ହୋଇଥିଲା। ପଚରାଉଚରା ପରେ ସେ ଅପରାଧକୁ ସ୍ୱୀକାର କରିଥିଲା। କୌଣସି କଥାରେ ପୁଅ ଚିଡ଼ାଇବାରୁ ସେ ଏପରି ମାରିଥିବା କଥା ପୁଲିସ ଆଗରେ କହିଛି। ତେବେ ମାନସିକ ବିକୃତିରୁ ସେ ଭଲମନ୍ଦ ନବିଚାରି ଘରେ କେହି ନଥିବା ବେଳେ ପୁଅକୁ ଏପରି ମାରିଦେଇଛି ବୋଲି ସ୍ୱାମୀ ଜନ୍ କହିଛନ୍ତି।
ମାନସିକ ବିକୃତ ମା’ର ବୀଭତ୍ସ କାଣ୍ଡ: ପୁଅକୁ ତଣ୍ଟି ଚିପି ଜାଳିଦେଲା
/sambad/media/post_attachments/wp-content/uploads/2018/01/murder-7593.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)