ଚଣ୍ଡୀଗଡ଼: ପଞ୍ଜାବର ଫିରୋଜପୁରରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ଶିଖ୍ ଧାର୍ମିକ ଭାବନାକୁ ଆଘାତ କରିଥିବା ଅଭିଯୋଗରେ ଜଣେ ମାନସିକ ବିକୃତ ଯୁବକ ବକ୍ସିସ୍ ସିଂହ (୧୯)କୁ ଗୁରୁଦ୍ବାରାର କର୍ମଚାରୀ ଓ ସ୍ଥାନୀୟ ବାସିନ୍ଦା ପିଟିପିଟି ହତ୍ୟା କରିଛନ୍ତି। ଉକ୍ତ ଯୁବକ ବନ୍ଦାଲା ଗ୍ରାମର ଗୁରୁଦ୍ବାରାରେ ଥିବା ଗୁରୁଗ୍ରନ୍ଥ ସାହିବର କେତେକ ପୃଷ୍ଠା ଚରିଦେଇଥିବା ଅଭିଯୋଗ ହୋଇଥିଲା। ଘଟଣା ସମ୍ପର୍କରେ ସୂଚନା ଦେଇ ସ୍ଥାନୀୟ ଡିଏସ୍ପି ସୁଖବିନ୍ଦର ସିଂହ କହିଛନ୍ତି ଯେ ମୃତକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ମୃତକ ବକ୍ସିସଙ୍କ ବାପା ଲଖବିନ୍ଦର ସିଂହ କହିଛନ୍ତି, ତାଙ୍କ ପୁଅ ଜଣେ ମାନସିକ ରୋଗୀ ଅଟନ୍ତି। ଗତ ଦୁଇ ବର୍ଷ ଧରି ସେ ଚିକିତ୍ସିତ ହେଉଥିଲେ। ଯେଉଁମାନେ ତାଙ୍କ ପୁଅକୁ ହତ୍ୟା କରିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି। ସ୍ଥାନୀୟ ବାସିନ୍ଦା କହିଛନ୍ତି ଯେ ବକ୍ସିସ୍ ଏହାପୂର୍ବରୁ ଗୁରୁଦ୍ବାରାକୁ କେବେ ଆସିନାହିଁ। ଗୁରୁଗ୍ରନ୍ଥ ସାହିବର ପୃଷ୍ଠା ଚିରିବା ପରେ ସେ ସେଠାରୁ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲା, କିନ୍ତୁ ତାକୁ କିଛି ଲୋକ କାବୁ କରିନେଇଥିଲେ। ସୂଚନା ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲା। ବକ୍ସିସ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଚିକିତ୍ସାଳୟକୁ ନେଇଯାଇଥିଲା ଏବଂ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଶ୍ରୀ ଅକାଲତଖତ ସାହିବର ଜ୍ଞାନୀ ରଘୁବୀର ସିଂହ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ମାନସିକ ଭିନ୍ନକ୍ଷମ ଯୁବକଙ୍କୁ ପିଟିପିଟି ହତ୍ୟା
/sambad/media/post_attachments/wp-content/uploads/2024/05/Mentally-Handicapped-Man-Beaten-Dies_Thumbnail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)