ନୂଆଦିଲ୍ଲୀ: ଦୁଷ୍କର୍ମ ବର୍ତ୍ତମାନ ସମାଜରେ ଏକ ଭୟଙ୍କର ବ୍ୟାଧି ହୋଇ ସାମ୍ନାରେ ଛିଡ଼ା ହୋଇଛି। ଦେଶରୁ ଦୁଷ୍କର୍ମ ଘଟଣା ଥମିବାର ନାଁ ଧରୁନି। କିଛି ଦିନ ଅନ୍ତରରେ ଏପରି ଏକ ଘୃଣ୍ୟ ଘଟଣା କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି।
ଜାଣିବାକୁ ମିଳିଛି ଯେ ଦିଲ୍ଲାର ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ବି ଏପରି ଘଟିଛି। ମହିଳାଙ୍କ ସହ ସେପ୍ଟେମ୍ବର ୧୫ ତାରିଖରେ ସନ୍ଲାଇଟ୍ କଲୋନୀ ଅଞ୍ଚଳର ଏକ ବସ୍ଷ୍ଟପ୍ରେ ଗଣଦୁଷ୍କର୍ମ ହୋଇଛି।
ମହିଳା ଜଣଙ୍କର ମାନସିକ ସ୍ଥିତି ଠିକ୍ ନାହିଁ ବୋଲି ଜାଣିବା ପରେ ଦୁଇ ଜଣ ବ୍ୟକ୍ତି ମିଶି ମହିଳାଙ୍କୁ ଲୋଭ ଦେଖାଇଥିଲେ। ସେମାନେ ତାଙ୍କୁ ଖାଦ୍ୟ ଦେବେ ବୋଲି କହିଥିଲେ। ଅନେକ ଦିନ ହେବ ଭୋକରେ ଥିବା ମହିଳା ଜଣକ ସେମାନଙ୍କୁ ବିଶ୍ୱାସ କରି ଏକ ଆଢୁଆଳ ସ୍ଥାନକୁ ଚାଲି ଯାଇଥିଲେ। ଖାଦ୍ୟ ଦେବାର ଲୋଭ ଦେଖାଇ ଦୁଇ ଜଣ ଦୁଷ୍କର୍ମକାରୀ ତାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।