ମହାକାଶରେ ବିରଳ ସଂଯୋଗ : ୫ ଗ୍ରହ ଏକାଠି

ନୂଆଦିଲ୍ଲୀ : ଶୁକ୍ରବାରଦିନ ମହାକାଶରେ ଏକ ବିରଳ ସଂଯୋଗ ଦେଖାଦେଇଛି । ସୌରଜଗତର ୫ଟି ଗ୍ରହ ବୁଧ,ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ଶନି ଗୋଟିଏ ରେଖାରେ ରହି ଏକା ସଙ୍ଗରେ ଦୃଶ୍ୟମାନ ହେଉଛନ୍ତି ।  ପୂର୍ବରୁ ୨୦୦୪ରେ ଏପରି ମହାଜାଗତିକ ଘଟଣା ମହାକାଶରେ ଦୃଶ୍ୟମାନ ହୋଇଥିବାବେଳେ ପରବର୍ତ୍ତୀ ସଂଯୋଗ ୨୦୪୦ ମସିହାରେ ହେବ ।

ଶୁକ୍ରବାରଠାରୁ ଏହି ବିରଳ ମହାଜାଗତିକ ସଂଯୋଗ ଦୃଶ୍ୟମାନ ହେବ ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା ସୋମବାର ପର୍ଯ୍ୟନ୍ତ ଦୃଶ୍ୟମାନ ହେବ । ଏହି ମହାଜାଗତିକ ଦୃଶ୍ୟ ସୂର୍ଯ୍ୟୋଦୟ ପୂର୍ବରୁ ଭଲ ଭାବରେ ଦେଖିହେବ । ଆକାଶ ଯଦି ନିର୍ମଳ ଓ ମେଘମୁକ୍ତ ରହିଛି ଆପଣ ଏସବୁ ଗ୍ରହଗୁଡ଼ିକୁ ଖାଲି ଆଖିରେ ଦେଖିପାରିବେ ।

ଏହି ୫ଟି ଗ୍ରହ ଏକାସଙ୍ଗେ ଦେଖାଯିବା ଏକ ବିରଳ ଘଟଣା କୁହାଯାଉଛି, କାରଣ ସୂର୍ଯ୍ୟର ସବୁଠାରୁ ନିକଟତମ ଗ୍ରହ ବୁଧ ପ୍ରୟତଃ ଦେଖାଯାଏ ନାହିଁ । ସୂର୍ଯ୍ୟର ଉଜ୍ଜଳ ଆଲୋକ ଯୋଗୁଁ ଏହି ଗ୍ରହଟି ଦେଖାଯାଏ ନାହିଁ । କିନ୍ତୁ ଏଥର ଏହି ଗ୍ରହଟି ଦେଖାଯିବ ।

ମହାକାଶ ବିଜ୍ଞାନୀ ପ୍ରଫେସର ଲୁସି ଗ୍ରିନ କହିଛନ୍ତି ଯେ, ଆକାଶରେ ଏହି ୫ଟି ଗ୍ରହ ଅବସ୍ଥାନ ଏପରି ଭାବେ ଦେଖାଯିବ ଯେପରିକି ଏକ ମୁକ୍ତାହାର । ବ୍ରାହ୍ମ ମୂହୂର୍ତ୍ତ ସକାଲ ସାଢେ ୩ଟାରୁ ସାଢେ ୪ଟା ମଧ୍ୟରେ ଏହା ଭଲ ଭାବରେ ଦେଖାଯିବ । ତେବେ ଦେଶ ଓ ଅଂଚଳ ଭିତ୍ତିରେ ଏହି ସମୟରେ ତାରତମ୍ୟ ଦେଖାଯାଇପାରେ ।

 

ସମ୍ବନ୍ଧିତ ଖବର