‘ତୁମର ମୃତ୍ୟୁ ହୋଇଛି ସତ କିନ୍ତୁ ମୋ ହୃଦୟରେ ଅଛ’ ଭାବି ନିଜ ପତ୍ନୀଙ୍କ ପାଇଁ ଡ୍ରଇଂରୁମରେ ଖୋଳିଲେ କବର

ମିରଟ: ସପ୍ତାହକ ତଳେ ପ୍ରେମୀ ଯୁଗଳ ପ୍ରେମ ଦିବସ ବା ଭାଲେଣ୍ଟାଇନ ସପ୍ତାହ ପାଳନ କରିଥିଲେ | ନିଜ ପ୍ରେମକୁ ଜୀବନ୍ତ ରଖିବା ପାଇଁ ଲଭ ବାର୍ଡସ ଶପଥ ବି ନେଇଥିଲେ | ତେବେ କେବଳ ଯେ ପ୍ରେମ ଦିବସରେ ହିଁ ପ୍ରେମ ହୁଏ ତାହାକୁ ଭୁଲ ପ୍ରମାଣିତ କରିଛନ୍ତି ମିରଟର ଜଣେ ବ୍ୟକ୍ତି | ଏଠାରେ ରହୁଥିବା ଶିରାଜଙ୍କର ପତ୍ନୀ ସାଇଦା ରୋଷେଇ କରୁଥିବାବେଳେ ନିଆଁ ଲାଗିଯାଇଥିଲା | ଏଥିରେ ସାଇଦାଙ୍କ ଶରୀରର ୫୦ ପ୍ରତିଶତ ପୋଡିଯାଇଥିଲା | ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲେ ଓ ସେଠାରେ କିଛି ଦିନର ଚିକିତ୍ସା ପରେ ଘରକୁ ଅଣାଯାଇଥିଲା |

Photo: India Today

ରବିବାର ଦିନ ସାଇଦାଙ୍କର ମୃତ୍ୟୁ ହୋଇଯାଇଥିଲା | ନିଜ ଆଖି ସାମ୍ନାରେ ପ୍ରିୟ ପତ୍ନୀଙ୍କର ମୃତ୍ୟୁ ହେବା ଦେଖି ଛଳଛଳ ହୋଇଯାଇଥିଲା ସ୍ୱାମୀ ଶିରାଜଙ୍କର ଆଖି | ଯେଉଁ ଘରେ ପତ୍ନୀଙ୍କ ସହ ଏକ ସୁନ୍ଦର ସ୍ବପ୍ନ ଦେଖିଥିଲେ ତାଙ୍କ ବିନା କେମିତି କାଟିବେ ମନ ବାରମ୍ବାର ପଚାରିଥିଲା | ଶେଷରେ ନିଜ ଡ୍ରଇଂ ରୁମରେ କବରଟିଏ ଖୋଲି ସେଠାରେ ହିଁ ପତ୍ନୀଙ୍କୁ ସମାଧି ଦେବାକୁ ମନସ୍ଥ କରିଥିଲେ ଶିରାଜ | ଆରମ୍ଭ ହୋଇଯାଇଥିଲା କବର ଖୋଳିବାର କାର୍ଯ୍ୟ |

ରାତି ଅନିଦ୍ରା ରହି ଖୋଲିଥିଲେ କବର | କିନ୍ତୁ ଗ୍ରାମବାସୀଙ୍କ ପାଖରେ ଏବାବଦରେ ଖବର ପହଂଚିବା ପରେ ଲୋକମାନେ ତୀବ୍ର ବିରୋଧ କରିଥିଲେ | ଶେଷରେ ପୁଲିସ ପାଖରେ ଖବର ପହଞ୍ଚିଥିଲା | ପୁଲିସ ଆସି ବୁଝାସୁଝା କରିବା ପରେ ଶିରାଜ ପତ୍ନୀଙ୍କ ମୃତଦେହକୁ କବରସ୍ଥଳୀକୁ ନେବାକୁ ରାଜି ହୋଇଥିଲେ |

ସମ୍ବନ୍ଧିତ ଖବର