ଚା’ ପିଇଲେ କରୋନାରୁ ଆରୋଗ୍ୟ ମିଳିବା ଖବର ମିଥ୍ୟା; କହିଲା ପିଆଇବି

ନୂଆଦିଲ୍ଲୀ: ଚୀନର ଉହାନ୍‌ରେ କରୋନା ଭାଇରସ୍‌ କୋଭିଡ୍‌-୧୯ ଆକ୍ରାନ୍ତ ବ୍ୟକ୍ତିମାନଙ୍କୁ ଜିନ୍‌ସେଙ୍ଗ ନାମକ ଏକ ଆୟୁର୍ବେଦୀୟ ଚେରମୂଳିରେ ପ୍ରସ୍ତୁତ ଚା’ ଦିନକୁ ୩ କପ୍‌ ପିଇବାକୁ ଦିଆ ଯାଉଥିଲା, ଯାହାକି ଅନେକ ପରିମାଣରେ ଫଳପ୍ରଦ ସାବ୍ୟସ୍ତ ହୋଇଥିଲା।

ଅନେକ କରୋନା ଭାଇରସ୍‌ କୋଭିଡ୍‌-୧୯ ଆକ୍ରାନ୍ତ ଏହି ଚା ପିଇବା ପରେ ସେମାନଙ୍କ ରୋଗ ଯନ୍ତ୍ରଣାରୁ ଉପଶମ ପାଇବା ସହ ଅନେକ ସଂପୂର୍ଣ୍ଣ ରୂପେ ଆରୋଗ୍ୟ ଲାଭ ମଧ୍ୟ କରିଥିଲେ ବୋଲି ଏକ ଗୁଜବ ବା ‘ଫେକ୍‌’ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଏହାକୁ କେନ୍ଦ୍ର କରି ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଥିଲା। ତେବେ, ଏସଂପର୍କରେ ସରକାରଙ୍କ ପକ୍ଷରୁ ଅନୁସନ୍ଧାନ କରାଯିବା ପରେ ଏହି ଖବର ସଂପୂର୍ଣ୍ଣ ମିଥ୍ୟା ଓ ଗୁଜବ ଥିବା ଜଣା ପଡ଼ିଛି ବୋଲି କେନ୍ଦ୍ର ସରକାରଙ୍କ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର