ଲକ୍ଷ୍ନୌ: ଆଜି ସକାଳେ କାନପୁରରେ ପୁଲିସ ସହ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍ଷ୍ଟର୍ ବିକାଶ ଦୁବେ ନିହତ ହୋଇଥିବା ନେଇ ଖବର ମିଳିଥିଲା । ପୁଲିସ କବଳରୁ ଖସି ପଳାଇଯିବାକୁ ଉଦ୍ୟମ କରୁଥିବା ବେଳେ ବିକାଶ ଦୁବେ ଉପରକୁ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍ ଫୋର୍ସ ଗୁଳି ଚଳାଇଥିଲା। ତେବେ କାନପୁର ଫେରୁଥିବା ବେଳେ କିଭଳି ଗାଡ଼ିଟି ଓଲଟିଥିଲା ଏବଂ କିଭଳି ଭାବରେ ଖସି ପଳାଉଥିବା ସମୟରେ ବିକାଶ ଦୁବେର ଏନକାଉଣ୍ଟର କରାଯାଇଥିଲା, ସେ ବିଷୟରେ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି ସ୍ପେସାଲ୍ ଟାସ୍କ୍ ଫୋର୍ସ ।
STF issues press note in #VikasDubey encounter matter. "A herd of cattle had come in front of the vehicle due to which driver took sudden turn leading to accident...Police tried to go close to him to nab him alive but he continued to fire. Police retalitaed in self-defence..." pic.twitter.com/iOXaXv8vno
— ANI UP (@ANINewsUP) July 10, 2020
ସ୍ପେସାଲ୍ ଟାସ୍କ୍ ଫୋର୍ସ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଶୁକ୍ରବାର ସକାଳେ ଗ୍ୟାଙ୍ଗ୍ଷ୍ଟର୍ ବିକାଶ ଦୁବେକୁ ଉତ୍ତର ପ୍ରଦେଶ ସ୍ପେସାଲ୍ ଟାସ୍କ୍ ଫୋର୍ସ ମଧ୍ୟପ୍ରଦେଶରୁ କାନପୁର ଆଣୁଥିଲେ। ବାଟରେ ବରା ଅଞ୍ଚଳରେ ହଠାତ କିଛି ଗାଈ ଗାଡ଼ି ସାମ୍ନାକୁ ଆସିଯାଇଥିଲେ । ଏହା ଦେଖି ଗାଡ଼ି ଚାଳକ ଦୁର୍ଘଟଣାରୁ ବଞ୍ଚିବା ପାଇଁ ହଠାତ ଗାଡ଼ିକୁ ବୁଲାଇ ଦେବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ଏହାର ଫାଇଦା ଉଠାଇ ବିକାଶ ଦୁବେ ଜଣେ ପୁଲିସ କର୍ମଚାରୀଙ୍କଠାରୁ ବନ୍ଧୁକ ଛଡ଼ାଇ ନେବା ସହ ଖସି ଯିବାକୁ ଚେଷ୍ଟା କରିଥିଲା । ପୁଲିସ ତାକୁ ଜୀବନ୍ତ କାବୁ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ପୁଲିସ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲା । ଆତ୍ମରକ୍ଷା ପାଇଁ ପୁଲିସ ଅନ୍ୟ ବାଟ ନପାଇ ଗୁଳି ଚଳାଇବା ପାଇଁ ବାଧ୍ୟ ହୋଇଥିଲା ।