ନୂଆଦିଲ୍ଲୀ : ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ, ମଧ୍ୟ ଭାରତ, ପୂର୍ବ ଭାରତ ଏବଂ ମଧ୍ୟପ୍ରଦେଶର ଅଧିକାଂଶ ଅଂଚଳରେ ପ୍ରବଳ ଶୀତ ଲହରରୁ ନିସ୍ତାର ମିଳିବ ନାହିଁ। ଏହି ସମୟ ମଧ୍ୟରେ ଭାରତର ଅନେକ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ପଶ୍ଚିମ ବିଭ୍ରାଟ ଯୋଗୁଁ ଜମ୍ମୁ କାଶ୍ମୀର, ଲଦାଖ ଆଦି ଅଂଚଳରେ ସାମାନ୍ୟ ବର୍ଷା ହୋଇଛି ଏବଂ ତୁଷାରପାତ ସମ୍ଭାବନା ଅଛି। ଅନ୍ୟ ଏକ ପଶ୍ଚିମ ବିଭ୍ରାଟ ପ୍ରଭାବରେ ପଶ୍ଚିମ ହିମାଳୟ ଅଞ୍ଚଳରେ ପ୍ରବଳ ବର୍ଷା ଓ ତୁଷାରପାତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି। ପାଣିପାଗ ବିଭାଗ ଅନୁଯାୟୀ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ରାଜସ୍ଥାନ, ପଶ୍ଚିମ ଉତ୍ତରପ୍ରଦେଶ , ବିଦର୍ଭ, ବିହାର ଏବଂ ଛତିଶଗଡର ବିଭିନ୍ନ ଅଂଚଳରେ ଆଗାମୀ ୩ ଦିନ ପ୍ରବଳ ଶୀତ ଅନୁଭୂତ ହେବ।