ନୂଆଦିଲ୍ଲୀ: ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ତଥା ଜଣେ ଆଇପିଏସ ଅଧିକାରୀଙ୍କ ଝିଅ ରଣ୍ୟା ରାଓ ଚୋରା ଚାଲାଣରେ ଗିରଫ ହେବା ପରଠାରୁ ତାଙ୍କୁ ନେଇ ନୂଆନୂଆ ତଥ୍ୟ ସାମ୍ନାକୁ ଆସୁଛି।

Advertisment

ରଣ୍ୟା ରାଓଙ୍କ ବିରୋଧରେ କିଛି ବିଦେଶୀ ଚୋରା ଚାଲାଣକାରୀଙ୍କ ସହ ମିଶି ସୁନା ଚୋରା ଚାଲାଣ କରିବା ସହିତ ଏହାକୁ ଲୁଚାଇବା ପାଇଁ ବିଭିନ୍ନ ପଦ୍ଧତି ଅବଲମ୍ବନ କରିବାର ଅଭିଯୋଗ ହୋଇଛି। 

ଏହି ଘଟଣାକୁ ନେଇ ରଣ୍ୟା ଯାଞ୍ଚ କରୁଥିବା ଅଧିକାରୀମାନଙ୍କ ସାମ୍ନାରେ କହିଛନ୍ତି, ‘ମୁଁ ଅଜାଣତରେ ଏହି କାର୍ଯ୍ୟକଳାପରେ ସାମିଲ ହୋଇଯାଇଥିଲି। ଦୁବାଇରୁ ଏହା ମୋର ପ୍ରଥମଥର ପାଇଁ ସୁନା ଚୋରା ଚାଲାଣ ଥିଲା । ସୁନା ଚାଲାଣ ପାଇଁ ମୁଁ ୟୁଟ୍ୟୁବରୁ କିଛି ପଦ୍ଧତି ଶିକ୍ଷା କରିଥିଲି। ସୁନାକୁ ଯାତ୍ରା ସମୟରେ କିପରି ଲୁଚାଇ ହେବ ସେ ବିଷୟରେ ଶିକ୍ଷା ନେଇଥିଲି।’

କର୍ଣ୍ଣାଟକର ବେଙ୍ଗାଲୁରୁର କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରରେ କନ୍ନଡ ଅଭିନେତ୍ରୀ ରଣ୍ୟା ରାଓଙ୍କ ଉପରେ ଚଢ଼ାଉ କରି ତାଙ୍କ ଠାରୁ ୧୪.୨ କିଲୋଗ୍ରାମ ସୁନା ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ ୧୨.୫୬ କୋଟି ଟଙ୍କା ହେବ ବୋଲି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ସୂଚନା ଦେଇଛି।