ମୁମ୍ବାଇ : ବଲିଉଡ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ବିରୋଧରେ #ମିଠୁ ଅଭିଯୋଗ ଆସିଛି । ବଲିଉଡର ଜଣେ ଅଭିନେତ୍ରୀ ତାଙ୍କ ବିରୋଧରେ ଦୁଷ୍କର୍ମ ମାମଲା ଆଣିଛନ୍ତି । ସେ ମୁମ୍ବାଇର ବରସୋବା ପୁଲିସ ଷ୍ଟେସନରେ ଏ ନେଇ ଏକ ଏଫଆଇଆର ଦାଏର କରିଛନ୍ତି । ପ୍ରାୟ ୧୦ ବର୍ଷ ତଳେ ଆଦିତ୍ୟ ପାଞ୍ଚୋଲି ତାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିବା ଉକ୍ତ ଅଭିନେତ୍ରୀ ନିଜ ଏଫଆଇଆରରେ ଦର୍ଶାଇଛନ୍ତି । ତେବେ ଏହି ମାମଲା ୧୦ ବର୍ଷ ତଳର ହୋଇଥିବାରୁ ତାହାକୁ ପ୍ରମାଣ କରିବା କଷ୍ଟକର ବୋଲି ପୁଲିସ କହିଛି । ପୂର୍ବରୁ ମଧ୍ୟ ଏହି ଅଭିନେତ୍ରୀ ଆଦିତ୍ୟଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ।
ବଲିଉଡ ଅଭିନେତା ଆଦିତ୍ୟ ପାଞ୍ଚୋଲିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ
/sambad/media/post_attachments/wp-content/uploads/2019/05/aditya-pancholi.jpg)