#ମି ଠୁ ଅଭିଯାନରେ ସାମିଲ ହେଲା ଯୁବ ସାମ୍ବାଦିକାଙ୍କ ନାମ,ନ୍ୟୁଜ୍‌ ପ୍ରଡ଼୍ୟୁସରଙ୍କ ଉପରେ ଆଣିଲେ ଯୌନ ଶୋଷଣର ଅଭିଯୋଗ

ନୋଏଡ଼ା : #ମି ଠୁ ଅଭିଯାନ ଏବେ ଦେଶରେ ଝଡ଼ ସୃଷ୍ଟି କରିଥିବା ବେଳେ ନୋଏଡ଼ାର ଏକ ଘରୋଇ ନ୍ୟୁଜ୍‌ ଚ୍ୟାନେଲରେ କାମ କରୁଥିବା ଯୁବ ସାମ୍ବାଦିକା ନିଜ ସହ ହୋଇଥିବା ଯୌନ ଶୋଷଣର ଅଭିଯୋଗ ଆଣିଛନ୍ତି । ଚ୍ୟାନେଲର ନ୍ୟୁଜ୍‌ ପ୍ରଡ଼୍ୟୁସରଙ୍କ ଉପରେ ପୀଡ଼ିତା ଅଭିଯୋଗ ଆଣିବା ପରେ ଏବେ ଏହି ଖବର ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ଅଭିଯୁକ୍ତ ତାଙ୍କ ସହ ଦୁଇ ବର୍ଷ ପୂର୍ବେ ଲମ୍ବା ସମୟ ପର୍ଯ୍ୟନ୍ତ ଅଶାଳୀନ ବ୍ୟବହାର କରିଥିଲେ ବୋଲି ପୀଡ଼ିତା ନୋଏଡ଼ା ପୁଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଏହି ଅଭିଯୋଗ ଆସିବା ପରେ ଅଭିଯୁକ୍ତ ଏହାକୁ ମିଛ ବୋଲି କହି ମହିଳା ତାଙ୍କୁ ବ୍ଲାକ୍‌ମେଲ କରିବା କଥା କହିଛନ୍ତି ।

oneindia.com

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଦୁଇ ବର୍ଷ ପୂର୍ବେ ସେ ନୂଆ କରି କାମ ଆରମ୍ଭ କରୁଥିବା ବେଳେ ନ୍ୟୁଜ୍‌ ପ୍ରଡ଼୍ୟୁସର ତାଙ୍କୁ ତାଙ୍କ ଶରୀରର ବିଭିନ୍ନ ଅଙ୍ଗର ଆକାର ବିଷୟରେ ପଚାରୁଥିଲେ । ଏହା ସର୍ଭେ ସହ ଜଡ଼ିତ ବୋଲି ମିଛ କହି ଅନେକ ଅଶାଳୀନ ପ୍ରଶ୍ନ କରୁଥିଲେ ବୋଲି ପୀଡ଼ିତା ନିଜ ଅଭିଯୋଗ ପତ୍ରରେ ଲେଖିଛନ୍ତି । ସେ ସମୟରେ ନୂଆ କରି କାମ ଆରମ୍ଭ କରୁଥିବାରୁ ମୁଁ କିଛି କହି ପାରି ନଥିଲି । କିନ୍ତୁ #ମି ଠୁ ଅଭିଯାନ ମୋତେ ଦୁଇ ବର୍ଷ ପରେ ସେ ସବୁ ବିଷୟରେ କହିବା ପାଇଁ ଶକ୍ତି ଦେଲା ବୋଲି ପୀଡ଼ିତା କହିଛନ୍ତି । ଏହି ଅଭିଯୋଗ ପରେ ପୁଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର