ନୂଆଦିଲ୍ଲୀ: ଏକାଧିକ ଯୌନ ଉତ୍ପୀଡ଼ନ ଘଟଣାର ଅଭିଯୋଗ ପରେ ଟାଟା ସନ୍ସ୍ ସୁହେଲ୍ ସେଠ୍ଙ୍କ ବିପଣନ ପରାମର୍ଶ ସଂସ୍ଥାନ ‘କାଉନ୍ସେଲେଜ୍ ଇଣ୍ଡିଆ’ ସହ ସ୍ୱାକ୍ଷରିତ କରିଥିବା ରାଜିନାମା ରଦ୍ଦ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
କମ୍ପାନିର ମୁଖପାତ୍ର କହିଛନ୍ତି ଯେ ଟାଟା ସନ୍ସ୍ ସେଠ୍ଙ୍କ ସହ କରିଥିବା ରାଜିନାମାକୁ ନଭେମ୍ବର ୩୦ ତାରିଖ ଦିନ ରଦ୍ଦ କରିବ।
ଜନପ୍ରିୟ ସେଲିବ୍ରେଟି ପରାମର୍ଶଦାତା ସେଠ୍ଙ୍କ ବିରୋଧରେ ଚଳଚ୍ଚିତ୍ର ନିର୍ମାତା ୨୭ ବର୍ଷୀୟା ନତାସଝା ରାଠୋର୍ ଅଭିଯୋଗ କରିଥିଲେ। ଗୁରୁଗ୍ରାମରେ ଥିବା ସେଠ୍ଙ୍କ ଆପାର୍ଟମେଣ୍ଟ୍ରେ ଗତ ବର୍ଷ ଘଟିଥିବା ଆପତ୍ତିଜନକ ଘଟନାକୁ ରିକ୍ୟାପିଙ୍ଗ୍ କରି ରାଠୋର୍ ତାଙ୍କ ନିକଟକୁ କେତେକ ହ୍ଵାଟ୍ସ୍ଆପ୍ ମେସେଜ୍ର ସ୍କ୍ରିନ୍ସଟ୍ ପଠାଇଥିଲେ।
ସେଠ୍ଙ୍କ ବିରୋଧରେ ଅଭିଯୋଗ କରିଥିବା ଦ୍ୱିତୀୟ ମହିଳା ଜଣକ ହେଉଛନ୍ତି ୩୩ ବର୍ଷୀୟା ସାମ୍ବାଦିକା ମନ୍ଦାକିନୀ ଗାହଲୋଟ୍। ଜୁଲାଇ ୨୦୧୧ରେ ଗୋଆଠାରେ ଅନୁଷ୍ଠିତ ପଲିସି ମେକର୍ସ ରିଟ୍ରିଟ୍ ଠାରେ ଘଟିଥିବା ଘଟନା ସମ୍ପର୍କରେ ସେ ଅଭିଯୋଗ କରିଛନ୍ତି।
ଏ ମାସ ପ୍ରାରମ୍ଭରେ ମଡେଲ୍ ତଥା ପୂର୍ବତନ ବିଗ୍ ବସ୍ ପ୍ରତିଯୋଗୀ ଡାଏଣ୍ଡ୍ରା ସୋଆରେସ୍ ମଧ୍ୟ ଅସଦାଚରଣ ଅଭିଯୋଗ ଉଠାଇଥିଲେ। ସୁହେଲ୍ଙ୍କ ସହ ପାର୍ଟିରେ ଦେଖା ହେବା ପରେ ଏକ ଫେସନ୍ ଉଇକ୍ରେ ସେ ତାଙ୍କ ସହ ଅସଦାଚରଣ କରିଥିଲେ।