ଆଗ୍ରା: ଗାଲଭାନ ଉପତ୍ୟକାରେ ଭାରତ ଓ ଚୀନ ସୈନିକ ମୁହାଁମୁହିଁ ହେଵା ପରେ ଓ ୨୦ ଜଣ ଯବାନ ସହିଦ ହେଵା ପରେ ଭାରତ ଅର୍ଥନୈତିକ କ୍ଷେତ୍ରରେ ଚୀନ୍କୁ ଘେରିବା ଆରମ୍ଭ କରିଛି । ଏହି କାରଣରୁ ଭାରତ ସରକାର ଅନେକ କଠୋର ନିଷ୍ପତ୍ତି ନେଇଛନ୍ତି। ଏବେ ଚୀନ୍କୁ ଭାରତ ଆଉ ଏକ ଝଟକା ଦେଇଛି। ମିଳିଥିବା ସୂଚନା ମୁତାବକ ଉତ୍ତରପ୍ରଦେଶ ମେଟ୍ରୋ ରେଳ ନିଗମ (ୟୁପିଏମଆରସି) କାନପୁର-ଆଗ୍ରା ମେଟ୍ରୋ ପାଇଁ ଚୀନ୍ କମ୍ପାନୀର ଟେଣ୍ଡର ଆବେଦନକୁ ପ୍ରତ୍ୟାଖ୍ୟାନ କରିଛି।
/sambad/media/post_attachments/wp-content/uploads/2020/01/887453-delhi-metro-dna-300x169.jpg)
ଟ୍ରେନ୍ ନିୟନ୍ତ୍ରଣ ଏବଂ ସିଗନାଲ୍ ସିଷ୍ଟମ ପାଇଁ ଟେଣ୍ଡର ବମ୍ବେଡିଅର୍ ଟ୍ରାନ୍ସପୋର୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ କୁ ଦିଆଯାଇଛି। ଏଥିପାଇଁ ଚାଇନାର କମ୍ପାନୀ ନାନଜିଂ ପୂଜେନ୍ ଲିମିଟେଡ୍ ମଧ୍ୟ ଟେଣ୍ଡର କରିଥିଲା | କିନ୍ତୁ ତାହାକୁ ବାତିଲ କରିଦିଆଯାଇଛି |
ଉଲ୍ଲେଖ ଥାଉ କି ଉଭୟ କାନପୁର ଏବଂ ଆଗ୍ରା ମେଟ୍ରୋ ପ୍ରକଳ୍ପ ପାଇଁ ମୋଟ ୬୭ ଟି ଟ୍ରେନ୍ ଚଳାଚଳ କରିବ | ପ୍ରତ୍ୟେକ ଟ୍ରେନରେ ୩ ଟି କୋଚ୍ ରହିବ, ସେଥିମଧ୍ୟରୁ ୩୯ ଟି ଟ୍ରେନ୍ କାନପୁର ଏବଂ ୨୮ ଟି ଟ୍ରେନ୍ ଆଗ୍ରା ପାଇଁ ରହିବ । ଏକ ଟ୍ରେନରେ ଯାତ୍ରୀ କ୍ଷମତା ପ୍ରାୟ ୯୮୦ ହେବ ଅର୍ଥାତ ପ୍ରାୟ ୩୧୫-୩୫୦ ଯାତ୍ରୀ ପ୍ରତ୍ୟେକ କୋଚରେ ଯାତ୍ରା କରିପାରିବେ |