ଉଦ୍‌ଘାଟନ ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହେଲା ଚାଳକ ବିହୀନ ମେଟ୍ରୋ ଟ୍ରେନ୍‌

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌୍‌ଘାଟନ  କରିବା ପୂର୍ବରୁ ଟ୍ରାୟଲ ସମୟରେ ଚାଳକବିହୀନ ମଜେଣ୍ଟା ଲାଇନ୍‌ ମେଟ୍ରୋଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ମଙ୍ଗଳବାର ନୂଆଦିଲ୍ଲୀର କାଳିନ୍ଦୀ କୁଞ୍ଜ ଡିପୋଠାରେ ଏହି ଟ୍ରେନ୍‌ ଇଂଜିନର ପରୀକ୍ଷା ଚାଲିଥିବା ବେଳେ ଟ୍ରେନ୍‌ଟି କାନ୍ଥ ଭାଙ୍ଗି ବାହାରକୁ ଚାଲିଯାଇଥିଲା। ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀ ନଥିବାରୁ ବଡ଼ଧରଣର ବିପଦ ଟଳି ଯାଇଛି।

ଏହି ଟ୍ରେନ୍‌ର ଇଂଜିନ ବଗି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଅନ୍ୟ ବଗିଗୁଡ଼ିକ ସୁରକ୍ଷିତ ଥିବା ଜଣାପଡ଼ିଛି। ମେଟ୍ରୋ ଅଧିକାରୀଙ୍କ କହିବା ମୁତାବକ ଯାନ୍ତ୍ରିକ ତ୍ରୁଟି କାରଣରୁ ସ୍ୱୟଂଚାଳିତ ବ୍ରେକ୍‌ କାର୍ଯ୍ୟକ୍ଷମ ହୋଇିପାରି ନଥିଲା। ଫଳସ୍ୱରୂପ ଟ୍ରେନ୍‌ଟି କାନ୍ଥ ଭାଙ୍ଗି ଚାଲିଯାଇଥିଲା। ମେଟ୍ରୋର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ ଏହି ଘଟଣାର ତଦନ୍ତ ଜାରି ରଖିଛି। ପୂର୍ବ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିନରେ ଡିସେମ୍ବର ୨୫ ତାରିଖ ଦିନ ଏହି ମଜେଣ୍ଟା ଲାଇନ୍‌ ମେଟ୍ରୋର ଉଦ୍‌୍‌ଘାଟନ କାର୍ଯ୍ୟକ୍ରମ ଧାର୍ଯ୍ୟ ହୋଇଛି ।

ସମ୍ବନ୍ଧିତ ଖବର