ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର କେନ୍ଦ୍ର ସରକାରଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏକୁ ରଦ୍ଦ କରି ଭିବି ଜିରାମ-ଜି ଆଇନ ଆଣିବାକୁ ନେଇ ତୀବ୍ର ସମାଲୋଚନା କରିଛନ୍ତି। କେନ୍ଦ୍ର ସରକାର ଏହାଦ୍ବାରା କୃଷି ଆଇନ ପରି ଭୁଲ୍‌ ଦୋହରାଇବାକୁ ଚାହୁଛନ୍ତି ବୋଲି ରାହୁଲ କହିଛନ୍ତି। ଦିଲ୍ଲୀର ଜବାହାର ଭବନ ଠାରେ ରଚନାତ୍ମକ କଂଗ୍ରେସ ଦ୍ବାରା ଆୟୋଜିତ ଜାତୀୟ ଏମ୍‌ଜିଏନ୍‌ଆର୍‌ଇଜିଏ ଶ୍ରମିକ ସମ୍ମିଳନୀକୁ ସମ୍ବୋଧନ କରି ରାହୁଲ କହିଛନ୍ତି, ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଗରିବ ଲୋକଙ୍କୁ କାମ କରିବାର ନିଶ୍ଚିତ ଅଧିକାର ପ୍ରଦାନ କରିବା ପାଇଁ ଏମ୍‌ଜିଏନ୍‌ଆର୍‌ଇଜିଏ କରାଯାଇଥିଲା। ଉଦ୍ଦେଶ୍ୟ ଥିଲା କାମକୁ ଅଧିକାର ଭାବରେ ସୁନିଶ୍ଚିତ କରି ଗରିବଙ୍କୁ ସଶକ୍ତ କରିବା। 

Advertisment
616811550_1481433583342712_1163849774804131050_n
rahul gandhi Photograph: (sambad.in)

ବିଜେପି ସେହି ଧାରଣାକୁ ସମାପ୍ତ କରିବାକୁ ଚାହୁଁଛି। ଏହି ଆଇନ ବିରୋଧରେ ଏକାଠି ହେବାକୁ ସେ ଶ୍ରମିକ ତଥା ନାଗରିକଙ୍କୁ ନିବେଦନ କରିଛନ୍ତି। କୃଷକଙ୍କ ଆନ୍ଦୋଳନ କଥା ମନେପକାଇ ରାହୁଲ କହିଛନ୍ତି, କେନ୍ଦ୍ର ସରକାର ଆଣିଥିବା ୩ଟି କୃଷି ଆଇନ ବିରୋଧରେ କୃଷକ ଜୋରଦାର ଆନ୍ଦୋଳନ କରିଥିଲେ। ଆମେ ସମସ୍ତେ ଏକାଠି ହୋଇ ସମ୍ପୃକ୍ତ ବିବାଦୀୟ ଆଇନକୁ ଉଚ୍ଛେଦ କରିିଥିଲୁ। ସରକାର ସେହି ସମାନ ପଦକ୍ଷେପ ଶ୍ରମିକଙ୍କ ସହିତ ନେବାକୁ ଯାଉଛନ୍ତି। କଂଗ୍ରେସ ଜାନୁଆରି ୧୦ରୁ ଦେଶବ୍ୟାପୀ ୪୫ ଦିନିଆ ଏମ୍‌ଜିଏନ୍‌ଆର୍‌ଇଜିଏ ବଚାଅ ସଂଗ୍ରାମ ଅଭିଯାନ ଆରମ୍ଭ କରିଛି।

ଏହି ଅବସରରେ ରାହୁଲ ଜି-ରାମ୍‌-ଜି ଆଇନ କ’ଣ ବୋଲି ଜାଣିନାହାନ୍ତି ବୋଲି କହିଥିବାବେଳେ ବିଜେପି ଏହାକୁ ତୀବ୍ର ସମାଲୋଚନା କରିଛି। ଏହା କଂଗ୍ରେସର ହିନ୍ଦୁ ବିରୋଧୀ ମାନସିକତା ବୋଲି ବିଜେପି କହିଛି।