ଆବାସ ଯୋଜନା, ଜଳ ଜୀବନ ମିସନ ପାଇଁ ମନରେଗା ବ୍ୟୟବରାଦ କମିଲା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ବ୍ୟୟବରାଦକୁ ୨୦୨୩-୨୪ ଆର୍ଥିକ ବର୍ଷରେ କାହିଁକି କମ୍ କରାଯାଇଛି ତାହାର କାରଣ କହିଛନ୍ତି ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଜଳ ଜୀବନ ମିସନକୁ ଅଧିକ ପାଣ୍ଠି ଦେବା ଲାଗି ମନରେଗାର ବ୍ୟୟବରାଦ କମ୍ କରାଯାଇଛି। ମନରେଗା ପାଇଁ ଯେଉଁ ଶ୍ରମିକମାନଙ୍କୁ କାମ ମିଳୁଥିଲା ସେମାନେ ଆବାସ ଯୋଜନା ଓ ଜଳ ଜୀବନ ମିସନରେ ହେବାକୁ ଥିବା କାର୍ଯ୍ୟରେ କାମ ପାଇବେ। ସରକାର ଗ୍ରହଣ କରୁଥିବା ପଦକ୍ଷେପ ଯୋଗୁ ହିତାଧିକାରୀମାନଙ୍କ ପାଖରେ ଦୁଇ ଗୁଣା ଟଙ୍କା ପହଞ୍ଚୁଛି ବୋଲି ସେ କହିଛନ୍ତି।

୨୦୨୩-୨୪ ଆର୍ଥିକ ବର୍ଷରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମନରେଗା ବ୍ୟୟବରାଦରେ ୩୨% ହ୍ରାସ କରି ୬୦,୦୦୦ କୋଟି ଟଙ୍କା ଦେଇଛନ୍ତି। ଯଦି ଜଳ ଜୀବନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶ୍ରମିକମାନଙ୍କୁ କାମ ମିଳିବନି ତେବେ ସେମାନେ ମନରେଗାରେ ହେଉଥିବା କାମ ପାଇପାରିବେ। ମନରେଗା ହେଉଛି ଏକ ଚାହିଦା ଭିତ୍ତିକ କାମ। ଯଦି ଅଧିକ ଲୋକ ସେହି ଯୋଜନାରେ କାମ ମାଗିବେ ତେବେ ସରକାର ପରବର୍ତ୍ତୀ ପର୍ଯ୍ୟାୟରେ ତାହାର ବ୍ୟୟବରାଦ ବଢ଼ାଇପାରିବେ ବୋଲି ନାଗେଶ୍ବରନ କହିଛନ୍ତି। ୨୦୨୩-୨୪ ବଜେଟ୍‌ରେ ପ୍ରଧାନମନ୍ତ୍ରୀ ଆବାସଯୋଜନା ପାଇଁ ୭୯,୫୯୦ କୋଟି ଟଙ୍କା ଏବଂ ଜଳ ଜୀବନ ମିସନକୁ ୬୯,୬୮୪ କୋଟି ଟଙ୍କା ଦିଆଯାଇଛି।

ସମ୍ବନ୍ଧିତ ଖବର