ନୂଆଦିଲ୍ଲୀ: ଭାରତୀୟ ନୌସେନାର ଏମ୍ଏଚ୍-୬୦ ରୋମିଓ ହେଲିକପ୍ଟର ପ୍ରଥମ ଥର ପାଇଁ ସ୍ୱଦେଶୀ ବିମାନବାହୀ ଜାହାଜ ଆଇଏନ୍ଏସ୍ ବିକ୍ରାନ୍ତରେ ସଫଳତାର ସହ ଅବତରଣ କରିଛି । ନୌସେନା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା। ଆମେରିକା ନିର୍ମିତ ଏମ୍ଏଚ୍-୬୦ଆର ହେଲିକପ୍ଟରର ପ୍ରଥମ ସଫଳ ଅବତରଣର ଭିଡିଓ ନୌସେନା ସେୟାର କରିଛି। ଏଥିରେ ଏହାକୁ ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ ଏବଂ ଫ୍ଲିଟ୍ କ୍ଷମତାରେ ବଡ଼ ଧରଣର ବୃଦ୍ଧି ବୋଲି ବର୍ଣ୍ଣନା କରାଯାଇଛି ।
ଆମେରିକାର ଲକହିଡ୍ ମାର୍ଟିନ୍ ଦ୍ୱାରା ନିର୍ମିତ ଏମ୍ଏଚ୍-୬୦ ରୋମିଓକୁ ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ଆଣ୍ଟି-ସବମେରିନ ହେଲିକପ୍ଟର ଭାବେ ବିବେଚନା କରାଯାଏ। ଏହାକୁ ନୌସେନା ଯୁଦ୍ଧ ଜାହାଜରେ ମୁତୟନ କରାଯିବ ।
Another milestone for #IndianNavy – MH60R helicopter undertakes maiden landing on the indigenously designed & constructed aircraft carrier #INSVikrant.
A major boost to Indian Navy’s Anti-Submarine Warfare & Fleet Support capability.#AatmaNirbharBharat@DefenceMinIndia pic.twitter.com/AGOLEV0QbR— SpokespersonNavy (@indiannavy) May 31, 2023
ଭାରତ ଓ ଆମେରିକା ସରକାରଙ୍କ ମଧ୍ୟରେ ହୋଇଥିବା ୯୦୫ ନିୟୁତ ଡଲାରର ଚୁକ୍ତି ଅନୁଯାୟୀ ଭାରତ ୨୪ଟି ଏମଏଚ୬୦ କୋମିଓ ହେଲିକପ୍ଟର ଅର୍ଡର କରିଛି। ଭାରତୀୟ ନୌସେନାରେ ୨ଟି ହେଲିକପ୍ଟର ସାମିଲ କରାଯାଇଛି ।
ଏହି ସର୍ବକାଳୀନ ହେଲିକପ୍ଟରକୁ ବିଭିନ୍ନ ମିଶନ ପାଇଁ ଡିଜାଇନ୍ କରାଯାଇଛି। ଏହା ନୌସେନାର ବ୍ରିଟିଶ ନିର୍ମିତ ସିକିଂ ହେଲିକପ୍ଟରର ସ୍ଥାନ ନେବ। ୧୯୭୧ ମସିହାରୁ ନୌସେନାର ହେଲିକପ୍ଟର ଫ୍ଲିଟ୍ ରେ ସିକିଂ ହେଲିକପ୍ଟର ସାମିଲ ରହିଛି ।
ଗତ ସପ୍ତାହରେ ଆଇଏନଏସ ବିମାନ ଆଉ ଏକ ସଫଳତା ପାଇଥିଲା । ପ୍ରଥମ ଥର ପାଇଁ ରାତିରେ ମିଗ୍-୨୯ ବିମାନ ଅବତରଣ କରିଥିଲା ।