କରୋନା ସଂକ୍ରମଣ: ଡିସେମ୍ବର ଗାଇଡଲାଇନକୁ ଜାନୁୁଆରି ୩୧ପର୍ଯ୍ୟନ୍ତ ବଳବତ୍ତର ରଖିଲେ ‌‌କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ପୂର୍ବରୁ ଲାଗୁ କରାଯାଇଥିବା ଗାଇଡଲାଇନକୁ ଜାନୁୁଆରି ୩୧ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି ‌‌କେନ୍ଦ୍ର ସରକାର। କରୋନାଭାଇରସ୍ ର ନୂଆ ଷ୍ଟ୍ରେନ (ନୂତନ ରୂପ) ଏବେ ସମଗ୍ର ବିଶ୍ବର ଚିନ୍ତା ବଢ଼ାଇଥିବା ବେଳେ ଏ କ୍ଷେତ୍ରରେ ଅଧିକ ସତର୍କ ରହିବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଗୃହ ମନ୍ତ୍ରାଳୟ ଜାନୁଆରି ୩୧,୨୦୨୧ ପର୍ଯ୍ୟନ୍ତ ପୂର୍ବରୁ ଲାଗୁଥିବା ଗାଇଡଲାଇନକୁ ବଳବତ୍ତର ରଖିବାକୁ  ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦେଇଛନ୍ତି।

Delhi airport: 5 flyers from UK test Covid positive; samples to be checked for new coronavirus strain
Mint

ଦେଶରେ ସକ୍ରିୟ ଏବଂ ନୂତନ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଥିଲେ ମଧ୍ୟ ବିଶ୍ବ ସ୍ତରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହା ସହ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ସତର୍କତା ବଜାୟ ରଖିବା ଆବଶ୍ୟକ ବୋଲି ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି  ଏକ ବିବୃତ୍ତିରେ କୁହାଯାଇଛି। ଏହା ସହ କରୋନା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ପୂର୍ବରୁ ଯେଉଁ ଏସଓପି ଜାରି କରାଯାଇଥିଲା, ତାକୁ କଡ଼ାକଡ଼ି ପାଳନ କରିବାକୁ କୁହାଯିବା ସହ କଣ୍ଟେଣ୍ଟମେଣ୍ଟ ଜୋନ ଚିହ୍ନଟ କରି ପୂର୍ବ ଭଳି କଟକଣା ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ମନ୍ତ୍ରାଳୟ।

ସମ୍ବନ୍ଧିତ ଖବର