ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ନେଇ ନୋଟିସ୍‌ ପଠାଇଲେ ଗୃହ ମନ୍ତ୍ରାଳୟ, ୨ସପ୍ତାହ ମଧ୍ୟରେ ଜବାବ ତଲବ

ନୂଆଦିଲ୍ଲୀ : ପୂର୍ବରୁ ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମଙ୍ଗଳବାର ଗୃହ ମନ୍ତ୍ରାଳୟ ତାଙ୍କୁ ଏ ନେଇ ନୋଟିସ୍‌ ଜାରି କରିଛନ୍ତି । ବିଜେପିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ, ଜଣେ ନିର୍ଦଳୀୟ ପ୍ରାର୍ଥୀ ଏବଂ ଅମେଥିରୁ ୩ଜଣ ବ୍ୟକ୍ତି ରାହୁଲଙ୍କ ନାଗରିକତାକୁ ନେଇ ପ୍ରଶ୍ନ ଉଠାଇବା ପରେ ଗୃହ ମନ୍ତ୍ରାଳୟ ଏ ନେଇ ତଦନ୍ତ କରିଥିଲେ । ଯାହା ପରେ ଏବେ ତାଙ୍କୁ ନୋଟିସ୍‌ ଜାରି କରାଯାଇ ୨ସପ୍ତାହ ମଧ୍ୟରେ ଜବାବ ତଲବ କରିବାକୁ କୁହାଯାଇଛି ।

ରାହୁଲଙ୍କୁ ଗୃହ ମନ୍ତ୍ରାଳୟ ତରଫରୁ ଦିଆଯାଇଥିବା ଚିଠିରେ, ବ୍ରିଟେନରେ ୨୦୦୩ରେ ବ୍ୟାକୋପ୍ସ ଲିମିଟେଡ୍‌ ନାମକ ଏକ କମ୍ପାନୀ ପଞ୍ଜିକୃତ ହୋଇଥିଲା । ଆଉ ଆପଣ କମ୍ପାନୀର ନିର୍ଦ୍ଦେଶକ ଏବଂ ସଚିବମାନଙ୍କ ମଧ୍ୟରେ ଜଣେ ଥିଲେ । ସେଥିରେ ଆପଣଙ୍କ ଜନ୍ମ ତାରିଖ ୧୯.୦୬.୧୯୭୦ ଦିଆ ଯାଇଥିବା ବେଳେ ଆପଣ ନିଜର ନାଗରିକତାକୁ ବ୍ରିଟିଶ କହି ବୋଲି ଲେଖିଥିଲେ । କମ୍ପାନୀ ତରଫରୁ ଦିଆ ଯାଇଥିବା ଏକ ରିପୋର୍ଟରେ ଆପଣଙ୍କ ନାଗରିକତା ବ୍ରିଟିଶ ବୋଲି ଉଲ୍ଲେଖ ରହିଛି । ଏହା ଉପରେ ଆପଣଙ୍କୁ ୨ସପ୍ତାହ ମଧ୍ୟରେ ଜବାବ ତଲବ କରିବାକୁ ହେବ ବୋଲି ଲେଖାଯାଇଛି । ତେବେ ରାହୁଲଙ୍କୁ ନୋଟିସ୍‌ ଦିଆଯିବା ପରେ ଏହି ନୋଟିସ୍‌ଟି ମୁଁ କରିଥିବା ଅଭିଯୋଗକୁ ନେଇ ଦିଆ ଯାଇଛି କି ବୋଲି ଟୁଇଟ୍‌ କରି ପ୍ରଶ୍ନ କରିଛନ୍ତି ସୁବ୍ରମଣ୍ୟମ ସ୍ୱାମୀ ।

ସମ୍ବନ୍ଧିତ ଖବର