ଭୁବନେଶ୍ବର: ମହାବାତ୍ୟା ଅମ୍ଫାନ କ୍ଷତର ଗଭୀରତା ମାପିବା ପରେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ପାଇଁ ଅଗ୍ରିମ ୫୦୦ କୋଟିର ସହାୟତା ଘୋଷଣା କରିଥିଲେ। ତେବେ ଘୋଷଣାର ୨୪ ଘଣ୍ଟା ନ ପୂରଣୁ ଏହି ଅର୍ଥ ରାଜ୍ୟ ସରକାରଙ୍କୁ ମିଳିଯାଇଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ୫୦୦ କୋଟି ଟଙ୍କା ପ୍ରଦାନ କରିଛି। ରାଜ୍ୟର ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ଟୁଇଟ୍ କରି ଏହି ସୂଚନା ଦେବା ସହ ଏହି ତ୍ବରିତ ପଦକ୍ଷେପ ଲାଗି ମନ୍ତ୍ରାଳୟକୁ ଧନ୍ୟବାଦ ଜଣାଇଛନ୍ତି।
ଏସଆରସି ଟୁଇଟରେ ଲେଖିଛନ୍ତି, ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ଘୋଷଣା କରିବାର ୨୪ଘଣ୍ଟାରୁ କମ୍ ସମୟ ମଧ୍ୟରେ ଗୃହ ମନ୍ତ୍ରାଳୟ ୫୦୦କୋଟି ଓଡ଼ିଶା ସରକାରଙ୍କୁ ପ୍ରଦାନ କଲେ। ଆମେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରାଳୟକୁ ଧନ୍ୟବାଦ ଦେଉଛୁ।
MHA released Rs 500Crore to Odisha Govt in less than 24hours of Hon’ble PM @PMOIndia @narendramodi announcement in Bhubaneswar 4 #CycloneAmaphan . We thank @PMOIndia , @narendramodi &MHA for such speed in releasing the Fund. @CMO_Odisha @Naveen_Odisha @SecyChief @manojmishratwit
— Pradeep Jena IAS (@PradeepJenaIAS) May 23, 2020
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶମାର୍ଗରୁ ଅମ୍ଫାନ୍ କ୍ଷୟକ୍ଷତି ଦେଖିବା ପରେ ଅଗ୍ରିମ ସହାୟତା ଭାବେ ୫୦୦ କୋଟି ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ। ଏଥିସହ ମୃତକଙ୍କ ପରିବାର ଲାଗି ୨ଲକ୍ଷ ଟଙ୍କା ଓ ଆହତଙ୍କ କ୍ଷେତ୍ରରେ ୫୦ ହଜାର ଟଙ୍କାର ଅନୁକମ୍ପା ସହାୟତା ମଧ୍ୟ ପ୍ରଦାନ କରାଯିବ ବୋଲି ପରେ ସୂଚନା ମିଳିଥିଲା । ପ୍ରଧାନମନ୍ତ୍ରୀ ଓଡ଼ିଶାର ବାତ୍ୟା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍ର ପ୍ରଶଂସା କରିବା ସହିତ ଖୁବ୍ ଶୀଘ୍ର କେନ୍ଦ୍ରୀୟ ପ୍ରତିନିଧି ଦଳ ଓଡ଼ିଶା ଆସିବେ ଓ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।