ମିଆଁ ଖଲିଫାଙ୍କ ଟିକ୍‌ଟକ୍‌ ଆକାଉଣ୍ଟ୍‌ ପାକିସ୍ତାନରେ ନିଷିଦ୍ଧ

ଇସଲାମାବାଦ: ଅଶ୍ଳୀଳ ତାରକା ମିଆଁ ଖଲିଫାଙ୍କ ଟିକ୍‌ଟକ୍‌ ଆକାଉଣ୍ଟ୍‌କୁ ପାକିସ୍ତାନ ସରକାର ନିଷିଦ୍ଧ କରିଦେଇଛନ୍ତି ବୋଲି ନିଜେ ଖଲିଫା ଟ୍ବିଟ୍‌ କରି ଜଣାଇଛନ୍ତି। ଏପରିକି ତାହା ପରଠାରୁ ସେ ନିଜର ପୁରୁଣା ଭିଡିଓ କ୍ଲିପିଂଗୁଡ଼ିକୁ ପାକିସ୍ତାନୀ ସମର୍ଥକ ତଥା ଅନୁଗାମୀମାନଙ୍କ ମନୋରଞ୍ଜନ ପାଇଁ ଟ୍ବିଟରରେ ଛାଡୁଥିବା କହିଛନ୍ତି। ପୂର୍ବରୁ ପାକିସ୍ତାନ ଏପରି ଦୁଇ ଥର ଖଲିଫଆଙ୍କ ଟିକ୍‌ଟକ୍‌ ଆକାଉଣ୍ଟ୍‌କୁ ନିଷିଦ୍ଧ କରିଛନ୍ତି ଓ ପରେ ପୁନର୍ଚାଳିତ କରିଛନ୍ତି।

ଶେଷ ଥର ପାଇଁ ଗତ ଏପ୍ରିଲ ମାସରେ ତାଙ୍କର ଭିଡିଓ କ୍ଲିପିଂଗୁଡ଼ିକ ଅନୈତିକ ତଥା ଅସଙ୍ଗତ ଦର୍ଶାଇ ସରକାର ନିଷିଦ୍ଧ କରିଥିଲେ। ତେବେ ସେଥିରେ ସୁଧାର ଆଣିବା ପାଇଁ ଟିକ୍‌ଟକ୍‌ ପ୍ରତିଶ୍ରୁତି ଦେଲା ପରେ ପାକିସ୍ତାନ ସରକାର ନିଷେଧାଦେଶ ହଟାଇ ନେଇଥିଲେ। ମାତ୍ର ଏଥର ପାକିସ୍ତାନର ଏପରି ଆଭିମୁଖ୍ୟରେ ଖଲିଫା ବିଚଳିତ ନହୋଇ ନିଜର ଅଧିକରୁ ଅଧିକ ଅଶ୍ଳୀଳ କ୍ଲିପିଂ ଟ୍ବିଟରରେ ଛାଡ଼ି ଚାଲିଛନ୍ତି। ସୂଚନା ଥାଉ କି, ମିଆଁ ଖଲିଫାଙ୍କର ସମ୍ପ୍ରତି ୨ କୋଟି୨୦ ଲକ୍ଷରୁ ଅଧିକ ଅନୁଗାମୀ ରହିବା ସହ ତାଙ୍କ ଟିକ୍‌ଟକ୍‌କୁ ୨୭ କୋଟିରୁ ଅଧିକ ସମର୍ଥକ ପସନ୍ଦ କରୁଛନ୍ତି।

ସମ୍ବନ୍ଧିତ ଖବର