ୟାଙ୍ଗୁନ: ମିଆଁମାରର ମ୍ରାଉକ ୟୁ ଅଞ୍ଚଳରେ ରାଖାଇନ ବୌଦ୍ଧଧର୍ମୀମାନେ ଏକ ସରକାରୀ କାର୍ଯ୍ୟାଳୟକୁ ଘେରାଉ କରିବା ବେଳେ ପୁଲିସ ଗୁଳିରେ ୭ ଜଣିଙ୍କର ମୃତ୍ୟୁ ହୋଇଛି। ଏଥି ସହିତ ୧୩ରୁ ଅଧିକ ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି। ଅନ୍ୟପକ୍ଷରେ, ବିଦ୍ରୋହୀଙ୍କ ପଥରମାଡରେ ୨୦ ଜଣ ପୁଲିସ ଅଧିକାରୀ ମଧ୍ୟ ଆହତ ହୋଇଛନ୍ତି। ମଙ୍ଗଳବାର ମ୍ରାଉକ ୟୁ ଅଞ୍ଚଳରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ହଜାରେରୁ ଅଧିକ ବୌଦ୍ଧ ଧର୍ମାଲବମ୍ବୀ ସମ୍ମିଳିତ ହୋଇଥିଲେ। ତେବେ କୌଣସ କାରଣ ବଶତଃ ଅଚାନକ ସେଠାରେ ହିଂସା ସୃଷ୍ଟି ହୋଇଥିଲା। ଏହାର ପ୍ରତିବାଦରେ ବିଳମ୍ବିତ ରାତିରେ କିଛି ଲୋକ ଜିଲ୍ଲା ପ୍ରଶାସନ ଅଫିସ ଘେରାଉ କରିବା ସହ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ସେମାନଙ୍କୁ ରୋକିବାକୁ ପୁଲିସ ଏପରି ଗୁଳିଚାଳନା କରିଥିବା ଜଣାଯାଇଛି। ବାଙ୍ଗଲାଦେଶ ଏବଂ ମିଆଁମାର ମଧ୍ୟରେ ୬ ଲକ୍ଷ ୫୫ ହଜାର ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ଫେରେଇ ଆଣିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହେବା ଦିନ ସଂଘଟିତ ଏଭଳି ହିଂସା ସନ୍ଦେହ ସୃଷ୍ଟି କରିଛି।
ମିଆଁମାର ପୁଲିସ ଗୁଳିରେ ୭ ବୌଦ୍ଧଧର୍ମୀ ମୃତ
/sambad/media/post_attachments/wp-content/uploads/2018/01/article-doc-gz3b9-2LOZRDE6cN35ee4917bf73891443-106_634x421.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)