ହାଜତକୁ ଗଲେ ମିସେଲ୍‌

ନୂଆଦିଲ୍ଲୀ: ୩୬୦୦ କୋଟି ଟଙ୍କାର ଅଗଷ୍ଟା ୱେଷ୍ଟଲାଣ୍ଡ୍‌ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ମଧ୍ୟସ୍ଥି କ୍ରିଷ୍ଟେନ୍‌ ମିସେଲ୍‌ଙ୍କୁ ଜାମିନ ମିଳିପାରିନି। ଗତକାଲି ମିସେଲ୍‌ଙ୍କ ସିବିଆଇ ହାଜତ ମିଆଦ ସରିବା ପରେ ତାଙ୍କ ଓକିଲ ଜାମିନ ପାଇଁ ଦିଲ୍ଲୀ କୋ‌ର୍ଟରେ ଆବେଦନ କରିଥିଲେ। କିନ୍ତୁ ମିସେଲ୍‌ଙ୍କୁ ଜାମିନ ମଂଜୁର ହୋଇପାରିନି। ଅନ୍ୟପକ୍ଷେ ଦିଲ୍ଲୀ କୋର୍ଟ ଆଜି ମିସେଲ୍‌ଙ୍କୁ ୧୦ ଦିନ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର