ନୂଆଦିଲ୍ଲୀ : ୩୬୦୦ କୋଟି ଟଙ୍କାର ଅଗସ୍ତା ୱେଷ୍ଟଲାଣ୍ଡ୍ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ସିବିଆଇ ତଦନ୍ତ ପ୍ରକ୍ରିୟାରେ ସାମିଲ୍ ହୋଇଥିବା ଅଭିଯୁକ୍ତ ଖ୍ରୀଷ୍ଟିଆନ୍ ମାଇକେଲ୍ ତଦନ୍ତରେ ସହଯୋଗ କରୁନାହାନ୍ତି। ତଦନ୍ତ ପ୍ରକ୍ରିୟାରେ ସେ ଗୁଡ଼ାଏ ପ୍ରଶ୍ନର ସଠିକ୍ ଉତ୍ତର ଦେଉନାହାନ୍ତି ବୋଲି ସିବିଆଇ ପକ୍ଷରୁ ସ୍ବତନ୍ତ୍ର କୋର୍ଟରେ ଅଭିଯୋଗ ହୋଇଛି। ଫଳରେ ମାଇକେଲ୍ଙ୍କ ସିବିଆଇ ରିମାଣ୍ଡ୍କୁ ଆଉ ୫ ଦିନ ବୃଦ୍ଧି କରି ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଗତ ୫ ତାରିଖରେ କୋର୍ଟ ମାଇକେଲ୍ଙ୍କୁ ୫ ଦିନିଆ ରିମାଣ୍ଡ୍ରେ ପଠାଇଥିଲେ। ମାଇକେଲ୍ଙ୍କ ରିମାଣ୍ଡ୍ ଶେଷ ହେବାପରେ ତାଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟରେ ମାଇକେଲ୍ଙ୍କୁ ୯ ଦିନ ରିମାଣ୍ଡ୍ରେ ନେବାପାଇଁ ସିବିଆଇ ପକ୍ଷରୁ କୁହାଯାଇଥିଲେ ମଧ୍ୟ କୋର୍ଟ ମାଇକେଲ୍ଙ୍କ ରିମାଣ୍ଡ ୫ ଦିନ ବୃଦ୍ଧି କରିଛନ୍ତି। ଏହି ସମୟରେ ମାଇକେଲ୍ ପୂର୍ବଭଳି ତାଙ୍କ ଆଇନଜୀବୀଙ୍କୁ ଦିନରେ ଦୁଇଥର ସାକ୍ଷାତ କରିପାରିବେ। କିନ୍ତୁ ପୂର୍ବରୁ ସାକ୍ଷାତ ସମୟ ଘଣ୍ଟାଏ ଥିବାବେଳେ ଏବେ ଏହି ସମୟକୁ ଅଧ ଘଣ୍ଟାକୁ କମାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଗତ ୪ ରେ ମାଇକେଲ୍ଙ୍କୁ ଭାରତ ଅଣାଯାଇଥଲା। ଅଗସ୍ତା ୱେଷ୍ଟଲାଣ୍ଡ୍ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ୩ ଜଣ ମଧ୍ୟସ୍ତିଙ୍କ ମଧ୍ୟରେ ମାଇକେଲ୍ ଥିଲେ ।
ମାଇକେଲ୍ଙ୍କ ରିମାଣ୍ଡ୍ ୫ ଦିନ ବଢ଼ିଲା
/sambad/media/post_attachments/wp-content/uploads/2018/12/agusta.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)