ଖୁବଶୀଘ୍ର ଜାରି ହେବ ମାଇକ୍ରୋ ଚିପ୍ ଇ-ପାସପୋର୍ଟ, ଜାଣନ୍ତୁ କ’ଣ ରହିଛି ସୁବିଧା ?

ନୂଆଦିଲ୍ଲୀ: ଯଦି ଆପଣ ବିଦେଶ ଯାତ୍ରା କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଭାରତୀୟ ନାଗରିକଙ୍କ ପାଇଁ ଖୁବଶୀଘ୍ର ‘ନେକ୍ସଟ ଜେନରେଶନ ଇ-ପାସପୋର୍ଟ’ ଜାରି ହେବାକୁ ଯାଉଛି । ବିଦେଶ ମନ୍ତ୍ରାଳୟର ସଚିବ ସଂଜୟ ଭଟ୍ଟାଚାର୍ଯ୍ୟ ଏକ ଟ୍ୱିଟ୍ ମାଧ୍ୟମରେ ଘୋଷଣା କରିଛନ୍ତି କି ଖୁବ ଶୀଘ୍ର ଭାରତୀୟ ନାଗରିକଙ୍କ ପାଇଁ ଇ-ପାସପୋର୍ଟ ଜାରି କରାଯିବ । ଯେଉଁଥିରେ ପାସପୋର୍ଟ ଧାରକଙ୍କ ସୁରକ୍ଷିତ ବାୟୋମେଟ୍ରିକ ଡାଟା ମହଜୁତ ହୋଇ ରହିବ ।

ପାସପୋର୍ଟରେ ଜାଲିଆତି ରୋକିବାକୁ ଓ ଯାତ୍ରୀଙ୍କ ଇମିଗ୍ରେସନ ପ୍ରକ୍ରିୟାକୁ ସୁଗମ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସବୁଠାରୁ ବଡକଥା ହେଲା ଇ-ପାସପୋର୍ଟ ଦକବାରା ସାରା ବିଶ୍ୱରେ ଭାରତୀୟ ଯାତ୍ରୀଙ୍କ ଇମିଗ୍ରେସନ ସୁଗମ ହେବ ବୋଲି ବିଦେଶ ମନ୍ତ୍ରାଳୟର ସଚିବ କହିଛନ୍ତି । ଏହି ପୁରା ପ୍ରସଙ୍ଗରେ ବିଦେଶ ମନ୍ତ୍ରାଳୟ ସଂସଦରେ କହିଥିଲେ ଯେ, ନାଗରିକଙ୍କ ଉତ୍ତମ ସୁରକ୍ଷା ଦେଇପାରୁଥିବା ଚିପ୍ ସମର୍ଥିତ ଇ-ପାସପୋର୍ଟ ଜାରି କରିବାର ଯୋଜନା ରହିଛି ।

ଏହି ପାସପୋର୍ଟର ସ୍ୱତନ୍ତ୍ରତା ହେଉଛି କି, ଆବେଦକଙ୍କ ବ୍ୟକ୍ତିଗତ ସୂଚନା ଆଧାରରେ ଡିଜିଟାଲ ମାଧ୍ୟମରେ ହସ୍ତାକ୍ଷର କରାଯିବ। ଏହାକୁ ଚିପରେ ଷ୍ଟୋର କରାଯିବା ସହ ଏହାକୁ ପାସପୋର୍ଟ ବୁକଲେଟରେ ସାମିଲ କରାଯିବ । ଯଦି କୌଣସି ବ୍ୟକ୍ତି ଚିପ ସହିତ ଟ୍ୟାମ୍ପରିଂ କରିବାକୁ ଚେଷ୍ଟା କରିବେ ଏହାର ସୂଚନା ସିଷ୍ଟମକୁ ମିଳିଯିବ । ଏହାପରେ ପାସପୋର୍ଟ ଭେରିଫିକେସନ ବିଫଳ ହୋଇଯିବ ।

ସମ୍ବନ୍ଧିତ ଖବର