ନୂଆଦିଲ୍ଲୀ : କନ୍ୟାକୁମାରୀର କଂଗ୍ରେସ ଏମ୍ପି ଏଚ୍. ବସନ୍ତକୁମାର ଗତକାଲି କରୋନାରେ ମୃତ୍ୟୁବରଣ କରିଛନ୍ତି। ତେବେ ଗତ ମାର୍ଚ୍ଚରେ ସଂସଦର ବଜେଟ ଅଧିବେଶନ ବେଳେ ସେ କରୋନା ପ୍ରସଙ୍ଗ ଉଠାଇଥିଲେ। ଏହା ଉପରେ ଆଲୋଚନା ମଧ୍ୟ କରିଥିଲେ। ସୋସିଆଲ ମିଡିଆରେ ଏ ନେଇ ଏକ ଭିଡିଓ ପ୍ରସାରିତ ହେଉଛି। କରୋନା ମହାମାରୀକୁ ଏକ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ସହିତ ଛୋଟ ବ୍ୟବସାୟୀମାନଙ୍କ ଋଣ ପୁନର୍ଗଠନ ଆଦି ପ୍ରସଙ୍ଗ ଉଠାଇଥିଲେ। ତେବେ ଆଲୋଚନା ପାଇଁ ସେ ଅଧିକ ୧ ମିନିଟ୍ ମାଗିଥିଲେ। କିନ୍ତୁ ବାଚସ୍ପତି ତାଙ୍କୁ ଏଥିପାଇଁ ଅନୁମତି ନଦେଇ ମାଇକ୍ ବନ୍ଦ କରିଦେବା ପାଇଁ କହିଥିଲେ। ତାଙ୍କ ପରେ ଅନ୍ୟ ଜଣେ ସାଂସଦଙ୍କୁ ବାଚସ୍ପତି କହିବା ପାଇଁ ଅନୁମତି ଦେଇଥିଲେ।
ସଂସଦରେ କରୋନା ଆଲୋଚନାବେଳେ ମୃତ ଏମ୍ପିଙ୍କ ମାଇକ୍ କାଟି ଦିଆଯାଇଥିଲା
/sambad/media/post_attachments/wp-content/uploads/2020/05/parliament.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)