ସଂସଦରେ କରୋନା ଆଲୋଚନାବେଳେ ମୃତ ଏମ୍‌ପିଙ୍କ ମାଇକ୍‌ କାଟି ଦିଆଯାଇଥିଲା

ନୂଆଦିଲ୍ଲୀ : କନ୍ୟାକୁମାରୀର କଂଗ୍ରେସ ଏମ୍‌ପି ଏଚ୍‌. ବସନ୍ତକୁମାର ଗତକାଲି କରୋନାରେ ମୃତ୍ୟୁବରଣ କରିଛନ୍ତି। ତେବେ ଗତ ମାର୍ଚ୍ଚରେ ସଂସଦର ବଜେଟ ଅଧିବେଶନ ବେଳେ ସେ କରୋନା ପ୍ରସଙ୍ଗ ଉଠାଇଥିଲେ। ଏହା ଉପରେ ଆଲୋଚନା ମଧ୍ୟ କରିଥିଲେ। ସୋସିଆଲ ମିଡିଆରେ ଏ ନେଇ ଏକ ଭିଡିଓ ପ୍ରସାରିତ ହେଉଛି। କରୋନା ମହାମାରୀକୁ ଏକ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବା ସହିତ ଛୋଟ ବ୍ୟବସାୟୀମାନଙ୍କ ଋଣ ପୁନର୍ଗଠନ ଆଦି ପ୍ରସଙ୍ଗ ଉଠାଇଥିଲେ। ତେବେ ଆଲୋଚନା ପାଇଁ ସେ ଅଧିକ ୧ ମିନିଟ୍ ମାଗିଥିଲେ। କିନ୍ତୁ ବାଚସ୍ପତି ତାଙ୍କୁ ଏଥିପାଇଁ ଅନୁମତି ନଦେଇ ମାଇକ୍ ବନ୍ଦ କରିଦେବା ପାଇଁ କହିଥିଲେ। ତାଙ୍କ ପରେ ଅନ୍ୟ ଜଣେ ସାଂସଦଙ୍କୁ ବାଚସ୍ପତି କହିବା ପାଇଁ ଅନୁମତି ଦେଇଥିଲେ।

ସମ୍ବନ୍ଧିତ ଖବର